ବିପଜ୍ଜନକ ବୀଜାଣୁ

ବିପଜ୍ଜନକ ବୀଜାଣୁ

ବିପଜ୍ଜନକ ବୀଜାଣୁ
କ୍ଲୋଷ୍ଟିଡୀଅମ୍ ହେଉଛି ଏକ ବିପଜ୍ଜନକ ବୀଜାଣୁ । ଏହା ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ଜୀବିତ ରହିପାରେ । ଏହା ବୋଟାକ୍ସ ପ୍ରସ୍ତୁତ କରେ, ଯାହା ବ୍ୟବହାର କରି ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ତ୍ୱଚାକୁ କୋମଳ କରାଯାଏ । ମାତ୍ର ଯଦି ଏହି ବୀଜାଣୁ ଖାଦ୍ୟରେ ମିଶେ, ତାହା ହେଲେ ଜୀବନ ମଧ୍ୟ ନେଇଯାଇପାରେ । କେବଳ ହାତଗୋଡ଼ ନୁହେଁ, ଶ୍ୱାସ ଓ ହୃତ୍ସ୍ପନ୍ଦନ ନିମନ୍ତେ ଦାୟୀ ମାଂସପେଶୀକୁ କ୍ଷତି ପହଞ୍ଚାଇଥାଏ । କମ୍ପାଇଲୋ ବ୍ୟାକ୍ଟର ଏବଂ ସାଲମୋନେଲା ପରି ବୀଜାଣୁ ଆମିଷ ଭୋଜନ ଦ୍ୱାରା ବ୍ୟାପେ । କେତେକ ଦେଶରେ ମାଂସକୁ ଅଧିକ ସମୟ ସିଝାଯାଏନାହିଁ । ଫଳରେ ଟାଇଫଏଡ଼୍ ରୋଗ ବହୁତ ଶୀଘ୍ର ବ୍ୟାପିଥାଏ ଏବଂ ସଂକ୍ରମଣ ବହୁତ କମ୍ ସମୟରେ ପ୍ରସାର ଲାଭ କରେ । ପେଟରେ ମଧ୍ୟ ନାନା ପ୍ରକାର ଗଣ୍ଡଗୋଳ ଦେଖାଦିଏ । ବାନ୍ତି ମଧ୍ୟ ହୋଇଥାଏ । ଏଥିଯୋଗୁଁ ଜୀବନ ଚାଲିଯିବାର ଆଶଙ୍କା ରହିଛି । ତେବେ ସବୁ ବୀଜାଣୁ, ଭୂତାଣୁ ଓ କବକ କ୍ଷତିକାରକ ନୁହଁନ୍ତି । ଦହି, ପାଉଁରୁଟି ଆଦି ପ୍ରସ୍ତୁତି ସମୟରେ ପ୍ରକି୍ରୟାକରଣ ନିମନ୍ତେ ଏମାନଙ୍କୁ ବ୍ୟବହାର କରାଯାଇଥାଏ ।