କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୩୯୯ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮ ହଜାର ୩୯୯ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୮ ହଜାର ୩୯୯ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୮ ହଜାର ୩୯୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ରାଜ୍ୟରେ ୮,୩୯୯ ମଧ୍ୟରୁ କ୍ୱାରେଂଟିନରୁ ୪୭୪୧ ଲୋକାଲ କେସରୁ ୩୬୫୮ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୧୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୯୦ , କଟକ-୭୬୬, ଅନୁଗୁଳ-୪୬୮, ନୂଆପଡା -୩୪, ସମ୍ବଲପୁର-୧୯୧, ଝାରସୁଗୁଡା-୫୩ , ପୁରୀ-୪୭୫, ବରଗଡ-୧୮୯, ନବରଙ୍ଗପୁର-୨୦୦, ବାଲେଶ୍ୱର-୨୪୦, ସୁନ୍ଦରଗଡ-୪୭୭, ସୁବର୍ଣ୍ଣପୁର-୧୪୩ , ବଲାଙ୍ଗିର-୧୧୬ , ଷ୍ଟେଟପୁଲ-୧୮୫, ଗଞ୍ଜାମ-୬୫, ମୟୂରଭଞ୍ଜ-୪୮୫, କେନ୍ଦୁଝର-୧୮୬, କୋରାପୁଟ-୧୭୮, ଭଦ୍ରକ-୧୪୭, ଯାଜପୁର-୮୧୪, ନୟାଗଡ-୨୨୩ , ରାୟଗଡା-୨୯୨, ୫୩୨, ଜଗତସିଂହପୁର-୨୬୯, ଗଜପତି-୮୦, କେନ୍ଦ୍ରାପଡା-୨୧୦, ବୌଦ୍ଧ-୧୬୬, କନ୍ଧମାଳ-୯୫, ଢେଙ୍କାନାଳ-୪୫୧, ଓ ମାଲକାନଗିରି-୧୨୮ ଓ ଦେବଗଡ-୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।