କରୋନା ଭାଇରସ ସାଂଘାତିକ ବୋଲି ଜାଣିଥିଲେ ଚାଇନିଜ ବୈଜ୍ଞାନିକ
କରୋନା ଭାଇରସ ସାଂଘାତିକ ବୋଲି ଜାଣିଥିଲେ ଚାଇନିଜ ବୈଜ୍ଞାନିକ
admin
Jan 20, 2021 - 10:16
Updated: Jan 20, 2021 - 10:16
ଭୁବନେଶ୍ୱର : କରୋନା ଭାଇରସ ଭାରି ସାଂଘାତିକ । ଏକଥା ଚାଇନିଜ ବୈଜ୍ଞାନିକ ଓ ଡାକ୍ତରମାନେ ଜାଣିଥିଲେ । କିନ୍ତୁ ସେମାନଙ୍କୁ ମିଛ କହିବାକୁ ବାଧ୍ୟ କରାଯାଇଥିଲା । ଏକ ଷ୍ଟିଙ୍ଗ ଅପରେସନରୁ ଏହା ଜାଣିବାକୁ ମିଳିଛି । ସମ୍ପ୍ରତି ବିଶ୍ୱର ସାଢେ଼ ୯ କୋଟିରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏମିତିକି ଆମେରିକା ଓ ବ୍ରିଟେନ ବି କରୋନା କବଳରେ ପଡ଼ି ଛଟପଟ ହୋଇ ଯାଇଥିଲା ।
ପ୍ରତିଷ୍ଠିତ ଖବର ପରିବେଷଣ ସଂସ୍ଥା ମିରର ଏଭଳି ଏକ ଷ୍ଟିଙ୍ଗ ଅପରେସନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଚୀନର ଉହାନ ସହରରେ ପ୍ରଥମେ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଥିଲା । କିଛି ସ୍ୱାସ୍ଥ୍ୟକର୍ମୀ ଏ ବିଷୟରେ କହିଥିଲେଯେ, ଏହି ଭାଇରସ ବହୁ ଲୋକଙ୍କ ଜୀବନ ନେବ ଓ ଦ୍ରୁତ ଗତିରେ ସଂକ୍ରମିତ ହେବ । ତେବେ ସେମାନଙ୍କୁ ମିଛ କହିବାକୁ କୁହାଯାଇଥିଲା । ୨୦୧୯ ଡିସେମ୍ବରର ଏହି ସତ୍ୟତାକୁ ଚାଇନା ଛୁପାଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସଂକ୍ରାନ୍ତରେ ଜାନୁଆରୀ ମଧ୍ୟ ଭାଗ ବେଳକୁ ଅବଗତ କରାଇଥିଲା । କିନ୍ତୁ ସେତେବେଳକୁ ଚାଇନାରୁ ସଂକ୍ରମିତ ରୋଗୀମାନେ ବିଭିନ୍ନ ଦେଶରେ ପହଁଚି ଯାଇଥିଲେ ।
କାଳେ ବିଶ୍ୱବାସୀ କରୋନା ଭାଇରସର ଭୟାବହତା ଜାଣିପାରିବେ ସେଥିପାଇଁ ଚୀନ ସରକାର ଖତରନାକ ଷଡ଼ଯନ୍ତ୍ର ରଚିଥିଲେ । କରୋନା ଭାଇରସର ଭୟାବହତାକୁ ଦେଖି ୨୦୨୦ ନୂଆବର୍ଷ ପାଳନ ନକରିବାକୁ ଚାଇନାର ବୈଜ୍ଞାନିକ ଓ ଡାକ୍ତରମାନେ ପରାମର୍ଶ ଦେଇଥିଲେ । କିନ୍ତୁ ଚାଇନା ପ୍ରଶାସନ ଶୁଣି ନଶୁଣିବାର ବାହାନା କରିଥିଲେ । ‘ଆଉଟବ୍ରେକ : ଦ ଭାଇରସ ଦ୍ୟାଟ ସେକ ଦ ୱାର୍ଲଡ଼’ ଡକୁ୍ୟମେଂଟାରୀ ଏଭଳି ସତ୍ୟତା ପଦାକୁ ଆସିଛି ।