କାରୋନା ରୋଗୀଙ୍କୁ ତ୍ୱରିତ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲା କଟକ ଜିଲ୍ଲା କଂଗ୍ରେସ

କାରୋନା ରୋଗୀଙ୍କୁ ତ୍ୱରିତ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲା କଟକ ଜିଲ୍ଲା କଂଗ୍ରେସ

କାରୋନା ରୋଗୀଙ୍କୁ ତ୍ୱରିତ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲା କଟକ ଜିଲ୍ଲା କଂଗ୍ରେସ
କଟକ : କଟକ ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା କର୍ଯ୍ୟଳୟରେ କଟକ ଜିଲ୍ଲା କଂଗ୍ରେସ ସଭପତି ମାନସ ରଞ୍ଜନ ଚୌଧୁରୀ ଙ୍କ ପରାମର୍ଶ କ୍ରମେ କୋଭିଡ 19 ରେ ପୀଡ଼ିତ କାରୋନା ରୋଗୀଙ୍କୁ ତ୍ୱରିତ ସାହାଯ୍ୟ କରିବା ପାଇଁ କଟକ ମୁନିସିପାଲ ଅଞ୍ଚଳ ରେ ବିନାମୂଲ୍ୟରେ ଭିଟାମିନ ସି ବଟିକା ବଣ୍ଟନ କରାଯିବାପାଇଁ ଏକ ଦେୟମୁକ୍ତ ଟୋଲ ଫ୍ରି ନମ୍ବର ଓ ଏକ ୱାଟସାପ୍ ନମ୍ବର ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଦ୍ଵାରା ଉନ୍ମୋଚନ କରଯାଇଥିଲା , ଏହି ଟୋଲ ଫ୍ରି ନମ୍ବର ରେ ସକାଳ 9 ଘଟିକା ଠାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ପାଇଁ ଖୋଲା ରହିବ , କଟକ ପୌରାଞ୍ଚଳ ଅଧୀନରେ ରହୁଥିବା ଜନସାଧାରଣ ଯେଉଁ ମାନେ କୋରୋନା ଆକ୍ରାନ୍ତ ଥିବେ ସେମାନେ ତାଙ୍କ + ରିପୋର୍ଟ ସହ ରେଜିଷ୍ଟ୍ରେସନ କରିବେ , ରେଜିଷ୍ଟ୍ରେସନ କରିଥିବା ସମସ୍ତ ପୀଡ଼ିତ ମାନଙ୍କୁ ବିନାମୂଲ୍ୟରେ ଭିଟାମିନ ବଟିକା ପ୍ରଦାନ କରାଯିବ , ଏହି ଅବସରରେ ଡକ୍ଟର ବିପ୍ଳବ ଶିଲାଡିତ୍ୟ, କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦୀପକ କୁମାର ମହାନ୍ତି, ସତିଶ ଶେଖର, ସଚିଦାନନ୍ଦ ରାଉତ, ବୀରେନ ପଶାୟତ , ସେକ୍ ଅନିଶ କୁରେଶି , ସୁମିତ ରାୟ, ନିରଞ୍ଜନ ସାହୁ, ରୋହିତ କୁମାର ବେହେରା ଆଦି ଉପସ୍ଥିତ ଥିଲେ ।