କୋଭିଡ-୧୯ : ପୁରା ବିଶ୍ୱକୁ ବିଭ୍ରାନ୍ତ କରିଛି ଚୀନ
କୋଭିଡ-୧୯ : ପୁରା ବିଶ୍ୱକୁ ବିଭ୍ରାନ୍ତ କରିଛି ଚୀନ
admin
Dec 3, 2020 - 11:45
Updated: Dec 3, 2020 - 11:45
ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପୁରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିଛି । ବିଶ୍ୱ ପ୍ୟାପୀ ୬୩,୭୫ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪.୭୭ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଛି । ଚୀନ ଆରମ୍ଭରୁ ହିଁ ଭାରଇସ ନେଇ ଗୋଟିଏ ପରେ ଗୋଟିଏ ମିଛ କହି ବିଶ୍ୱକୁ ବିଭ୍ରାନ୍ତ କରିଛି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ କରୋନା ଭାଇରସ ନେଇ ଚୀନର ସବୁଠୁ ବଡ଼ ମିଛ ସାମ୍ନାକୁ ଆସିଛି । ହୁୱେଇ ପ୍ରଦେଶ ସ୍ଥିତ ସ୍ୱାସ୍ଥ୍ୟ ମୁଖ୍ୟ କାର୍ଯ୍ୟାଳୟରୁ ୧୧୭ ପୃଷ୍ଟାର ଏକ ଗୋପନୀୟ ରିପୋର୍ଟ ସିଏନଏନ ହାସଲ କରିଛି । ଏହି ରିପୋର୍ଟରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ଠାରୁ ଆରମ୍ଭ କରି ପ୍ରଦେଶରେ ମହାମାରୀ ବ୍ୟାପକ ହେବା ପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ରହିଛି । ଚୀନ ସରକାର କରୋନା ଭାଇରସ ଆରମ୍ଭ ହେବା ପରଠାରୁ ହିଁ ସମଗ୍ର ବିଶ୍ୱକୁ ଅନ୍ଧାରରେ ରଖିଥିଲେ ଏବଂ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇନଥିଲେ ବୋଲି ଏଥିରୁ ଜଣାପଡ଼ିଛି । ଏହା ବ୍ୟତୀତ ଚୀନରେ ଯେଉଁ ପରିମାଣରେ ଲୋକେ ସଂକ୍ରମିତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ, ସେ ସଂକ୍ରାନ୍ତରେ ଚୀନ ତଥ୍ୟ ଲୁଚାଇଛି । ସରକାରୀ ଭାବେ ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ଆଦୌ ପ୍ରଘଟ କରାଯାଇନାହିଁ ଏବଂ ସଂକ୍ରମଣ ସଂଖ୍ୟାକୁ ଅତି କମ୍ କରି ଦର୍ଶାଯାଇଛି । ଚଳିତ ବର୍ଷ ଫେବୃୟାରୀରେ ଚୀନ ୫୯୧୮ ସଂକ୍ରମଣ ମାମଲା ରହିଥିବା ଦର୍ଶାଇଥିବା ବେଳେ ପ୍ରକୃତରେ ଏହାର ୧୦ ଗୁଣରୁ ଅଧିକ ଲୋକ ସଂକ୍ରମିତ ଥିଲେ ଏବଂ ସ୍ଥିତି ଉଦବେଗଜନକ ଥିଲା