କୋଭିଡ଼ ସେଂଟରରେ ନିଅାଁ ଲାଗିଯିବାରୁ ୬୧ ରୋଗୀଙ୍କୁ ସ୍ଥାନାନ୍ତରିତ

କୋଭିଡ଼ ସେଂଟରରେ ନିଅାଁ ଲାଗିଯିବାରୁ ୬୧ ରୋଗୀଙ୍କୁ ସ୍ଥାନାନ୍ତରିତ

କୋଭିଡ଼ ସେଂଟରରେ ନିଅାଁ ଲାଗିଯିବାରୁ ୬୧ ରୋଗୀଙ୍କୁ ସ୍ଥାନାନ୍ତରିତ
ଭାବନଗର : ଗୁଜୁରାଟର ଭାବନଗର ସହରରେ ଏକ ଅଘଟଣ ଘଟିଯାଇଛି । ଏକ କୋଭିଡ଼ କେୟାର ସେଂଟରରେ ନିଅାଁ ଲାଗିଯିବାରୁ ଜରୁରୀକାଳୀନ ଭାବେ ୬୧ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜାଣିବାକୁ ମିଳିଛି । ଆଜି ସକାଳୁ ସକାଳୁ ଏଭଳି ଅଘଟଣ ଘଟିଥିଲା । ତେବେ କୌଣସି ରୋଗୀଙ୍କର କ୍ଷତି ହୋଇନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଉକ୍ତ କୋଭିଡ଼ କେୟାର ସେଂଟରଟି ବାସ୍ତବରେ ଏକ ହୋଟେଲ । ତେବେ କରୋନା ପାଇଁ ସେଠାରେ ରୋଗୀଙ୍କ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ସେଠାରେ ୬୮ ଜଣ ଚିକିତ୍ସିତ ହେଉଥିଲେ । ରାଜଧାନୀ ଠାରୁ ୧୭୦ କିଲୋମିଟର ଦୂରରେ ଥିବା ଜେନେରେସନ ଏକ୍ସ-ହୋଟେଲର ତୃତୀୟ ମହଲାରେ ଧୂଅାଁ ଉଠିବାରୁ ସମସ୍ତେ ବିବ୍ରତ ହୋଇପଡ଼ିଥିଲେ । ତେବେ ନିଅାଁ ବ୍ୟାପିବା ପୂର୍ବରୁ ତାହାକୁ ଆୟତ କରାଯାଇପାରିଥିଲା ।