କଂଗ୍ରେସ ଛାଡ଼ିଲେ ସଞ୍ଜୟ ସିଂହ
କଂଗ୍ରେସ ଛାଡ଼ିଲେ ସଞ୍ଜୟ ସିଂହ
admin
Jul 31, 2019 - 06:50
Updated: Jul 31, 2019 - 06:50
ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ସାଂସନ ସଂଜୟ ସିଂହ ଆଜି ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତକାଲି ସଂଜୟ ବିଜେପିରେ ଯୋଗ ଦେବେ । ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡ଼ୁ ସଞ୍ଜୟ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି । ଆମେଥି ଏକ ରାଜ ପରିବାରରୁ ଆସିଥିବା ସଂଜ ଆସାମରୁ କଂଗ୍ରେସରେ ରାଜ୍ୟସଭା ସଦସ୍ୟ ଥିଲେ । ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବେ । ସିଂହ ପୂର୍ବରୁ ବିଜେପିରେ ଥିଲେ ଏବଂ ସେ ୯୦ ଦଶକରେ ବିଜେପି ଟିକଟେରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ଲୋକସଭା ନିର୍ବାଚନରେ ସେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ ।
କହିଛନ୍ତି କଂଗ୍ରେସ ଏବେ ବି ଅତୀତରେ ବୁଡ଼ି ରହିଛି ଏବଂ ଏହା ଭବିଷ୍ୟତ ନେଇ ସଚେତନ ନାହିଁ । ଏବେ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି ଏବଂ ଯଦି ଦେଶ ମୋଦିଙ୍କ ସହ ଅଛି ତେବେ ମୁଁ ମଧ୍ୟ ତାଙ୍କ ସହ ରହିବି । କଂଗ୍ରେସ ଏବେ ଦିଗହରା ହୋଇପଡ଼ିଛି ଏବଂ ଏହା ଲୋକମାନଙ୍କଠାରୁ ଦୂରତା ଅବଲମ୍ବନ କରୁଛି । “ସବ୍କା ସାଥ୍ ସବ୍କା ବିକାଶ” ପାଇଁ ସିଂହ ମୋଦିଙ୍କ ସହ ରହିବେ ବୋଲି କହିଛନ୍ତି । ସଂଜୟ ସିଂହ ପତ୍ନୀ ଅମିତା ସିଂହ ସିଏ କି ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ଅଧ୍ୟକ୍ଷ, ସେ ମଧ୍ୟ କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି ।