କୋଶୀ ରେଳ ମହାସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଶୀ ରେଳ ମହାସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଶୀ ରେଳ ମହାସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ବିହାରରେ କୋଶୀ ରେଳ ମହାସେତୁ ଉଦ୍ଘାଟନ କରି ଦେଶକୁ ସମର୍ପିତ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ୧୨ ରେଳ ପରିଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଆଜି ବିହାରରେ ରେଳ ସଂଯୋଗୀ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି । ବର୍ତ୍ତମାନ ନିର୍ମଳୀରୁ ସରାୟଂଗଡର ୩୦୦ କିମି ଦୂର ଯାତ୍ରା ରହିଛି । ଏବେ ସେହିଦିନ ଦୂର ନାହିଁ ଯେ ବିହାରର ଲୋକେ ୩୦୦ କିମିର ଯାତ୍ରାକୁ ଯାତ୍ରା ୨୨ ମିନିଟ୍‌ରେ ସମାପ୍ତ କରିପାରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତିପୁର ରେଳ ବିଭାଗର ଅନେକ ଯୋଜନାକୁ ଉଦଘାଟନ କରିଥିଲେ ଏବଂ ସୁପୌଲରୁ ଆସାନପୁର କୁପାହାକୁ ଯିବା ପାଇଁ ଡେମୁ ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଥିଲେ। ସମସ୍ତିପୁର ରେଳ ବିଭାଗର ୫ଟି ବଡ ଯୋଜନା ସହିତ ପ୍ରଧାନମନ୍ତ୍ରୀ ମୋଦୀ ୩ଟି ଟ୍ରେନକୁ ନୀଳ ପତାକା ଦେଖାଇ ଟ୍ରେନ ପରିଚାଳନାକୁ ଅନୁମତି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ସଂଶୋଧନ ବିଲକୁ ନେଇ କୃଷକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି- କୃଷକଙ୍କୁ ଭ୍ରମିତ କରିବାକୁ ବହୁତ ଶକ୍ତି ଲାଗିଛି । ମୁଁ କୃଷକ ଭାଇ ଓ ଭଉଣୀମାନଙ୍କୁ ଆଶ୍ୱସ୍ତ କରୁଛି ଏମ୍‌ଏସ୍‌ପି ଓ ସରକାରୀ କ୍ରୟ ବ୍ୟବସ୍ଥା ପୂର୍ବ ଭଳି ରହିବ । ଏହି ବିଲ୍ ପ୍ରକୃତରେ କୃଷକଙ୍କୁ କେତକ ବିକଳ୍ପ ପ୍ରଦାନ କରିବ । ଏହା କୃଷକଙ୍କୁ ଆହୁରି ସଶକ୍ତ କରିବ ।ଏହି ବିଲ୍ ଦ୍ୱାରା କୃଷକ ମିଡିଲ୍ ମ୍ୟାନ୍ ବା ଦଲାଲ ସହ ଅନ୍ୟ ଅବରୋଧରୁ ମୁକ୍ତି ପାଇବେ । ଏହି କୃଷି ସୁଧାର ଦ୍ୱାରା କୃଷକ ନିଜ ଉତ୍ପାଦିତ ସାମଗ୍ରୀ ବିକିବାରେ ନୂଆ ମୌକା ପାଇବେ । ଯାହାଦ୍ୱାରା ଲାଭ ମିଳିବ । ଏହାଦ୍ୱାରା କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲଜିକୁ ଲାଭ ମିଳିବ । ସୂଚନାଯୋଗ୍ୟ, ଏହି ବିଲ୍‌କୁ ବିରୋଧକରି କେନ୍ଦ୍ର ମନ୍ତ୍ରୀ ହରସିମରତ ବାଦଲଙ୍କ ଇସ୍ତଫା ଦେଇଛନ୍ତି ।