କ୍ୱାରେଣ୍ଟାଇନରେ ରହିବେ ଭାରତୀୟ ଖେଳାଳି

କ୍ୱାରେଣ୍ଟାଇନରେ ରହିବେ ଭାରତୀୟ ଖେଳାଳି

କ୍ୱାରେଣ୍ଟାଇନରେ ରହିବେ ଭାରତୀୟ ଖେଳାଳି
ନୂଆଦିଲ୍ଲୀ ଇଂଲଣ୍ଡକୁ ୩-୧ ରେ ଟେଷ୍ଟ ସିରିଜ ହରାଇ ଦ୍ୱିତୀୟ ଦଳ ଭାବେ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ପୂର୍ବରୁ ନ୍ୟୁଜଲାଣ୍ଡ ପ୍ରଥମ ଦଳ ଭାବେ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚ ଚଳିତ ବର୍ଷ ଜୁନ ୧୮-୨୨ ଯାଏ ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ଫାଇନାଲ ଖେଳିବାକୁ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ଖେଳାଳି କ୍ୱାରେଣ୍ଟାଇନରେ ରହିବେ ବୋଲି ଏକ ବିଶେଷ ସୂତ୍ରରୁ କୁହାଯାଇଛି । ଏହି କ୍ୱାରାଣ୍ଟାଇନ ପିରିୟଡ ୧୪ ଦିନ ହୋଇଥିବା ବେଳେ ୫-୬ ଦିନ ଅଭ୍ୟାସ କରିବେ ଭାରତୀୟ ଖେଳାଳି । ତେବେ ଆଇପିଏଲ ୨୦୨୧ ସରିବା ପରେ ଭାରତୀୟ ଦଳ ଏହି ମ୍ୟାଚ ଖେଳିବାକୁ ଇଂଲଣ୍ଡ ଯାତ୍ରା କରିବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏହି ସମୟରେ ଯଦି ଏସିଆ କପ ୨୦୨୧ ଆୟୋଜିତ ହୁଏ ତେବେ ଭାରତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ୟ ଏକ ଟିମ ପଠାଇପାରେ ।