ଗଞ୍ଜେଇ ଗାଡ଼ିକୁ ଛାଡ଼ିଦେଲା ପୁଲିସ, ଏସଆଇ ନିଲମ୍ବିତ

ଗଞ୍ଜେଇ ଗାଡ଼ିକୁ ଛାଡ଼ିଦେଲା ପୁଲିସ, ଏସଆଇ ନିଲମ୍ବିତ

ଗଞ୍ଜେଇ ଗାଡ଼ିକୁ ଛାଡ଼ିଦେଲା ପୁଲିସ, ଏସଆଇ ନିଲମ୍ବିତ
ପଦ୍ମପୁର: ଗଞ୍ଜେଇ ଗାଡ଼ିକୁ ଜାଣିଶୁଣି ଛାଡ଼ିଦେବା ଅଭିଯୋଗରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ଚନ୍ଦ୍ର ମୁଣ୍ଡାକୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁ ବିଭାଗ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଫେବୃୟାରୀ ୨୮ ତାରିଖରେ ଗଜପତି ଜିଲ୍ଲାରୁ ରାୟପୁର ଅଭିମୁଖେ ଗୋଟିଏ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ସମୟରେ ଡୁ୍ୟଟିରେ ଥିବା କେନ୍ଦୁଗୁଡ଼ା ଫାଣ୍ଡିରେ ଏସଆଇ ଚନ୍ଦ୍ରମୁଣ୍ଡା ଉକ୍ତ ଟ୍ରକକୁ ଯାଞ୍ଚ କରିବା ବଦଳରେ ଜାଣି ଶୁଣି ଛାଡ଼ି ଦେଇଥିଲେ । ଏହା ପରେ ପଦ୍ମପୁର ଓ କେନ୍ଦୁଗୁଣ୍ଡା ପୁଲିସ ମିଳିତ ଭାବେ ପୁଣି ଟ୍ରକକୁ ପିଛା କରି ଖମ୍ବାରିଗୁଡା ବିଦ୍ୟାଳୟ ନିକଟରେ ଅଟକାଇ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣ ମାଫିଆଙ୍କୁ ପୁଲିସ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କେଉଁ ପରିସ୍ଥିତିରେ ଉକ୍ତ ଟ୍ରକ କେନ୍ଦୁଗୁଡା ଫାଣ୍ଡି ଅଞ୍ଚଳକୁ ଖସି ଚାଲିଯିବାରେ ସଫଳ ହେଲା ତାହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା ।