ଚାପୁଡା ନୁହେଁ, ଚେୟାର ଖଣ୍ଡେନ ମିଳିବାରୁ କହୁଣୀ କରି ଦେଲେ ।
ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣା । ଏନେଇ ପ୍ରତିକ୍ରିୟା ରଖିଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି । ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେନ ମିଳିବାରୁ କହୁଣୀ କରି ଦେଲେ । ଏହି କଥାକୁ ମିଡ଼ିଆ ଯେଉଁ ଭଳି ପ୍ରତିପାଦିତ କରୁଛି, କଥା ଆଦୌ ସେଭଳି ନୁହେଁ ବୋଲି କହିଛନ୍ତି ବିଧାୟକ । ଉଭୟ ଦୁଇ ଭଉଣୀ ଭଳି, ଏହା ଦୁଇ ଭଉଣୀଙ୍କ ଭିତରେ ବାଦ ବିବାଦ ହେଲା ।ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି । ସଭାପତି ଦେବୀ ପ୍ରସାଦ ମିଶ୍ର ଏହି ବିବାଦ କୁ ସମାଧାନ କରି ସାରିଛନ୍ତି । ଏଭଳି ମଧ୍ୟ ଦଳର ସଭାପତି ଙ୍କ ନେତୃତ୍ୱରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସରିଛି । ଅନୁଶାସନ ଦିଗରେ ବିଜେଡି ଭାରତ ବର୍ଷ ରେ ଶୀର୍ଷକରେ ରହିଛି । ତେଣୁ ଏହି ବିବାଦ ରେ କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି । ହେଲେ କିଛି ସମୟର ଏହି ଭିଡିଓ କିନ୍ତୁ ଖୁବ୍ ଭାଇରାଲ ହେବାରେ ଲାଗିଛି ।