ଚଳିତ ମାସ ୧୭ ତାରିଖରେ ରାଜ୍ୟ କ୍ୟାବିନେଟ

ଚଳିତ ମାସ ୧୭ ତାରିଖରେ ରାଜ୍ୟ କ୍ୟାବିନେଟ

ଚଳିତ ମାସ ୧୭ ତାରିଖରେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର: ଚଳିତ ମାସ ୧୭ ତାରିଖରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଦୁଇ ଦିନ ତଳେ ସରକାରଙ୍କ ପକ୍ଷରୁ ସବୁ ବିଭାଗ ଠାରୁ ପ୍ରସ୍ତାବ ଲୋଡା ଯାଇଥିଲା । ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟକୁ ୫ଟି ପ୍ରସ୍ତାବ ଆସିଛି । ଏଥି ମଧ୍ୟରେ ରାଜସ୍ୱ ବିଭାଗ, ପୂର୍ତ୍ତ ବିଭାଗ, ଅର୍ଥ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି । ଏହା ବାଦ ଆଜି ସୁଦ୍ଧା ଅନ୍ୟାନ୍ୟ ବିଭାଗ ପକ୍ଷରୁ ଆଉ କେତେକ ପ୍ରସ୍ତାବ ଆସିବାକୁ ରହିଛି । ସୂଚନା ଅନୁସାରେ ଶନିବାର ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କ୍ୟାବିନେଟରେ ଆସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ବିଭିନ୍ନ ବିଭାଗର କ୍ୟାଡର ପୁନଃଗଠନ ନେଇ ପ୍ରସ୍ତାବ ରହିଛି । ଏହା ବାଦ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଇନଫୋଭ୍ୟାଲିଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ ଏଥିଲାଗି ରାଜ୍ୟ ସରକାର ଟିକସ (ଷ୍ଟାମ୍ପ ଡୁ୍ୟଟି) ଛାଡ଼ କରାଯିବାର ପ୍ରସ୍ତାବ ରହିଛି । ଏଥିଲାଗି ରାଜସ୍ୱ ବିଭାଗ ପକ୍ଷରୁ ପ୍ରକି୍ରୟା ଆରମ୍ଭ ହୋଇଛି ।