ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍! ୪ ଗିରଫ
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍! ୪ ଗିରଫ
ବାଲେଶ୍ୱର: ସାଂଘାତିକ ଘଟଣା । ପ୍ରତିରକ୍ଷା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ ଘାଟି (ଇଣ୍ଟିଗ୍ରେଟେଡେ ଟେଷ୍ଟ ରେଞ୍ଜ)ରୁ ତଥ୍ୟ ଲିକ୍ ନେଇ ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଏହି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି । ଏହି ୪ଜଣ ଯାକ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ସେମାନେ ଏଠାରେ କାମ କରିବା ନାଁରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଦେଶୀ ଏଜେଣ୍ଟକୁ ଦେଉଥିବା ଅଭିଯୋଗ ହେଉଛି । ଏହା ପରେ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି ।
ସେମାନଙ୍କ କାର୍ଯ୍ୟକଳାପ ନେଇ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭିତରୁ ୪ ଜଣ ଠିକା କର୍ମଚାରୀଙ୍କୁ ପ୍ରଥମେ ଅଟକ ରଖି ପ୍ରଥମେ ପଚରା ଉଚରା କରିଥିଲା ପୋଲିସ । ପରେ ଆଇଜି ହିମାଂଶୁ ଲାଲଙ୍କ ନିର୍ଦ୍ଦେଶ କ୍ରମେ ୪ ଜଣଙ୍କୁ ଗିରଫ କରାଯାଇଛି । ପଡ଼ୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ସନ୍ଦିଗ୍ଧଙ୍କ ଘର ଚାନ୍ଦିପୁର ଅଞ୍ଚଳରେ । ଗତକାଲି ରାତିରେ ଠିକା କର୍ମଚାରୀଙ୍କୁ ସନ୍ଦେହ କରି ଘରୁ ଉଠାଇ ଆଣିଥିଲା ପୋଲିସ । ସନ୍ଦିଗ୍ଧମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା । ଯେଉଁଥିରେ ୬ ଆଇଆଇସି ଓ ୬ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନା ଘନା ଜାରି ରଖିଥିଲା ପୋଲିସ ।