ଚା’କୁ ନେଇ ଜାଣିବା କଥା
ଚା’କୁ ନେଇ ଜାଣିବା କଥା
ଭୁବନେଶ୍ୱର: ଅଧିକାଂଶ ଲୋକେ ଟେନସନ ଫ୍ରି ହେବାର ପାଇଁ ପିଅନ୍ତି ଚା’ । କିଛି ଲୋକ ଚା’ରୁ ନିଜ ଦିନ ଆରମ୍ଭ କରନ୍ତି । ଅନ୍ୟ କିଛି ଲୋକଙ୍କର ଚା’ ପିଇବା ଏକ ନିଶାରେ ପରିଣତ ହୋଇଗଲାଣି । ପାଣି ପରେ ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ହେଉଛି ଚା’ । ପୃଥିବୀରେ ୩୦୦୦ ପ୍ରକାରର ଚା’ ଉପଲବ୍ଧ ଅଛି ।
ତେବେ କୁହାଯାଏ ଚା’ର ଆବିଷ୍କାର ଚାଇନାର ରାଜା ଶେନ ନଙ୍ଗ ଖୀ.ପୂ. ୨୩୭ରେ କରିଥିଲେ । ଥରେ ହଠାତ ଚା’ର କିଛି ପତ୍ର ରାଜାଙ୍କ ଗରମ ପାଣିରେ ପଡିଯାଇଥିଲା । ସେ ଯେତେବେଳେ ସେହି ଚା’ପତ୍ର ମିଶ୍ରିତ ଜଳ ପିଇଲେ ତାଙ୍କୁ ବହୁତ ଭଲ ଲାଗିଥିଲା । ସମ୍ଭବତଃ ଏହା ଥିଲା ପ୍ରଥମ ଚା’ ପିଆ । ପରେ ଧୀରେ ଧୀରେ ଏହାର ଲୋକପ୍ରିୟତା ବଢିଲା । ଆଉ ସାରା ପୃଥିବୀରେ ଏକ ପ୍ରିୟ ପାନୀୟଭାବେ ପରିଚିତ ହେଲା ।
ଏବେ ପ୍ରାୟ ସମସ୍ତେ ଚା’ ପିଉଛନ୍ତି । ତେଣୁ ଏହା ସ୍ୱାସ୍ଥ୍ୟପକ୍ଷେ କେତେ ଭଲ କେତେ ଖରାପ ତାକୁ ନେଇ ଅନେକ ଗବେଷଣା ବି ହୋଇଛି । ଆମେରିକୀୟ ନ୍ୟାଶନାଲ କ୍ୟାନ୍ସର ଇଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ୧୪ ବର୍ଷ ଧରି ୫ ଲକ୍ଷ ଲୋକଙ୍କ ଉପରେ କରିଥିବା ଏକ ଗବେଷଣା କହେ ଚା’ ପିଉ ନ ଥିବା ଲୋକଙ୍କଠାରୁ ଯେଉଁମାନେ ଚା’ ପିଅନ୍ତି ତାଙ୍କର ବଞ୍ଚତ୍ୱା ସମ୍ଭାବନା ଟିକେ ଅଧିକ । ହେଲେ ଭାରତୀୟଙ୍କ ପ୍ରିୟ କ୍ଷୀର ଚା’ରେ ଆୟୁଷ ବଢି ନଥାଏ ବରଂ ଆୟୁଷ ବଢିଥାଏ ବ୍ଲାକ ଟି’ ପିଇଲେ । ଚାଇନା, ଜାପାନ ଯେଉଁଠି ଗ୍ରୀନ ଟି’ ଅଧିକ ପିଆଯାଏ, ସେଠାରେ ବି ଚା’କୁ ନେଇ ପୂର୍ବରୁ ଗବେଷଣା ହୋଇଛି । ସେ ଗବେଷଣା କହେ ବି ଚା’ରେ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଛି ।