ଝରାଫୁଲ ମୃତ୍ୟୁ ମାମଲା : ଖୁବଶୀଘ୍ର ଖୋଲିବ ରହସ୍ୟ

ଝରାଫୁଲ ମୃତ୍ୟୁ ମାମଲା : ଖୁବଶୀଘ୍ର ଖୋଲିବ ରହସ୍ୟ

ଝରାଫୁଲ ମୃତ୍ୟୁ ମାମଲା : ଖୁବଶୀଘ୍ର ଖୋଲିବ ରହସ୍ୟ
ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ ଏବେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯାଉଛି । ଆଜି ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର: ପୋଲିସର ହସ୍ତଗତ ହୋଇଛି । ଏହାପରେ ମୃତ୍ୟୁ ରହସ୍ୟ ଖୋଲିବା ନେଇ ସମ୍ଭାବନା ବଢିଛି । ଭିସେରା ରିପୋର୍ଟରେ କଣ ରହିଛି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ବି ଯାଜପୁର: ପୋଲିସ୍ ରିପୋର୍ଟ ଉପରେ ଅଧିକ ତନାଘନା ଚଳାଇଥିବା ସୂଚନା ମିଳିଛି । ପୂର୍ବରୁ ପୋଷ୍ଟମଟର୍ମ ରିପୋର୍ଟ ପୋଲିସ୍ ର ହସ୍ତଗତ ହୋଇଥିଲା । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଝରାଫୁଲ ନାୟକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଓ ପୁରା ଘଟଣାର ଖୁଲାସା କରିବା ପାଇଁ ଝରାଫୁଲଙ୍କ ଭିସେରା ଟେଷ୍ଟ କରାଯାଇଥିଲା । ଏବେ ରିପୋର୍ଟ ଆସିବା ପରେ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ କୁ ନେଇ ଉତ୍କଣ୍ଠା ବଢିଛି । ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ୍‌ ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,‌ ସାର୍ଟ ଜବତ କରିଥିଲା । ଘଟଣା ଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ୍ ବି ଜବତ କରିଛି ପୋଲିସ । କୁଆଖିଆ ପୋଲିସକୁ ଅଭିଯୁକ୍ତ ରାକେଶ ବ୍ୟବହାର କରିଥିବା ସ୍କୁଟର ମିଳିଥିବା ବେଳେ ଝରାଫୁଲର ମୋବାଇଲ ଫୋନ୍ କି ରାକେଶର ବନ୍ଧୁ ଶକ୍ତିଶେଖରର ଏଯାଏଁ କୌଣସି ପତ୍ତା ପାଇ ପାରିନାହିଁ ପୋଲିସ।