ନଜରରେ ରହିବେ କୁମ୍ଭୀର

ନଜରରେ ରହିବେ କୁମ୍ଭୀର

 ନଜରରେ ରହିବେ କୁମ୍ଭୀର
ଭୁବନେଶ୍ୱର: ଏବେ ନଜରରେ ରହିବେ କୁମ୍ଭୀର । ପ୍ରଥମ ଥର ପାଇଁ କୁମ୍ଭୀର ଟ୍ରାକିଂ କରିବ ବନ ବିଭାଗ । ଟ୍ରାକିଂ କରିବା ପାଇଁ କୁମ୍ଭୀର ଦେହରେ ଲାଗିବ ଆଟିଂନା । ଚିଫ ୱାଇଲଡ ଲାଇଫ ୱାର୍ଡେନ ଅଜୟ କୁମାର ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଟିକରପଡ଼ା ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବ । ଚଳିତ ମାସ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବାକୁ ଯୋଜନା ରହିଛି । ଏନେଇ ପ୍ରାୟ ୭୦୦ କୁମ୍ଭୀର ଚିହ୍ନଟ କରାଯାଇଛି । ପ୍ରକାଶ ଯେ, ପୂର୍ବରୁ ଛଡ଼ାଯାଉଥିବା କୁମ୍ଭୀର କୁଆଡେ଼ ଗଲେ ତାହା ସ୍ପଷ୍ଟ ଜଣାପଡୁନି ।