ଟିକସ ଫାଙ୍କି ଯୋଜନା ପଣ୍ଡ, ଅଖାରୁ ୩୦ ଲକ୍ଷ ଜବତ

ଟିକସ ଫାଙ୍କି ଯୋଜନା ପଣ୍ଡ, ଅଖାରୁ ୩୦ ଲକ୍ଷ ଜବତ

ଟିକସ ଫାଙ୍କି ଯୋଜନା ପଣ୍ଡ, ଅଖାରୁ ୩୦ ଲକ୍ଷ ଜବତ
ଭୁବନେଶ୍ୱର: ପୁଲିସ ଗଞ୍ଜେଇ ଭାବି ଅଖାକୁ ଯାଞ୍ଚ କଲା । ମାତ୍ର ଅଖାରେ ଭର୍ତ୍ତି ହୋଇଥିବା ବିଡା ବିଡା ହୋଇ ୩୦ ଲକ୍ଷ ଟଙ୍କା । ଯାଞ୍ଚ କରୁଥିବା ପୁଲିସ ଅଧିକାରୀ ଆବାକ ହୋଇ ଯାଇଥିଲେ । କଟକର ଏକ ବ୍ୟାଙ୍କରୁ ଲୁଟ ହୋଇଥିବା ଟଙ୍କା ବୋଲି ପ୍ରଥମେ ସନେ୍ଦହ ହୋଇଥିଲା । କିନ୍ତୁ ପରେ ଜଣାଗଲା ଯେ ଟଙ୍କାତକ ଜଣେ ପାଇକାରୀ ବେପାରୀଙ୍କର । ତେଜରାତି ଦୋକାନକୁ ମାଲ ଯୋଗାଉଥିବା ଜଣେ ବ୍ୟବସାୟୀଙ୍କର । ତେବେ ଟିକସ ଫାଙ୍କିବାକୁ ବ୍ୟବସାୟୀ ଜଣକ ଏଭଳି ନଗଦ କାରବାର କରୁଥିବା ନେଇ ପୁଲିସ ସନେ୍ଦହ କରିଛି । ତେଣୁ ପୁଲିସ ଟଙ୍କା ନେଇ ଯାଉଥିବା ଯୁବକଙ୍କୁ ଥାନାରେ ଅଟକ ରଖି ଆୟକର ବିଭାଗ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଘଟଣାଟି ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବ୍ୟବସାୟୀ ଜଣକ ଟିକସ ଫାଙ୍କିବାକୁ କରିଥିବା ଉଦ୍ୟମ ପଣ୍ଡ ହୋଇଛି ବୋଲି ଚର୍ଚ୍ଚା ହୋଇଛି ।