ଢେଙ୍କାନାଳରେ କରୋନା ଆକ୍ରାନ୍ତ

ଢେଙ୍କାନାଳରେ କରୋନା ଆକ୍ରାନ୍ତ

ଢେଙ୍କାନାଳରେ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ଢେଙ୍କାନାଳରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ପଶ୍ଚିମବଙ୍ଗର ମେଦିନୀପୁର ଅଂଚଳର ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୬୯ ବର୍ଷୀୟ ଏହି ଆକ୍ରାନ୍ତ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପଶ୍ଚିମବଙ୍ଗର ମେଦିନୀପୁରରୁ ସେ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଆସିଥିଲେ । ଢେଙ୍କାନାଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ୮ ଜିଲ୍ଲାକୁ କରୋନା ବ୍ୟାପିଛି । ପୂର୍ବରୁ ଖୋର୍ଦ୍ଧାରେ ୩୪, ଭଦ୍ରକରେ ୩, ପୁରୀରେ ୧, କେନ୍ଦ୍ରାପଡ଼ାରେ ୧, କଳାହାଣ୍ଡିରେ ୧, ଯାଜପୁରରେ ୧ ଓ କଟକରେ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇସାରିଛି ।