ତାମିଲନାଡୁ ନିର୍ବାଚନ : ମେଣ୍ଟରୁ ଓହରିଲା ଡିଏମଡିକେ

ତାମିଲନାଡୁ ନିର୍ବାଚନ : ମେଣ୍ଟରୁ ଓହରିଲା ଡିଏମଡିକେ

ତାମିଲନାଡୁ ନିର୍ବାଚନ : ମେଣ୍ଟରୁ ଓହରିଲା ଡିଏମଡିକେ
ଚେନ୍ନାଇ : ତାମିଲନାଡୁରେ ନିର୍ବାଚନ ପୂର୍ବରୁ ଶାସକ ଏଆଇଏଡିଏମକେ ଓ ବିଜେପି ମେଣ୍ଟକୁ ଜୋରଦାର ଝଟକା ଲାଗିଛି । ଏହି ମେଣ୍ଟରୁ ଅଭିନେତା ବିଜୟକାନ୍ତଙ୍କ ଡିଏମକେ ଓହରି ଯାଇଛି । ସୂଚନା ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୨୩୪ଟି ଆସନର ଡିଏମଡିକେ ୨୩ଟି ରେ ଲଢ଼ିବାକୁ ଚାହୁଁଥିଲେ । ଏଥିସହ ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ଦାବି କରିଥିଲା । କିନ୍ତୁ ଦଳକୁ ମାତ୍ର ୧୫ଟି ଆସନ ଦେବାକୁ ଏଆଇଡିଏମକେ ଓ ବିଜେପି କହିଥିଲେ । ଯାହାକୁ ନେଇ ଡିଏମଡିକେ ଅସନ୍ତୋଷ ପ୍ରକାଶ କରିଥିଲା । ଦଳକୁ ମନାଇବାକୁ ପ୍ରାୟ ୩ ରାଉଣ୍ଡ କଥାବାର୍ତ୍ତା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ପରେ ମେଣ୍ଟ ଛାଡ଼ିବା ନେଇ ଦଳର ମୁଖ୍ୟ ବିଜୟକାନ୍ତ ଘୋଷଣା କରିଛନ୍ତି । ଆସନ୍ତା ଏପି୍ରଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ତାମିଲନାଡୁରେ ନିର୍ବାଚନ ହେବ ।