ଦିଲ୍ଲୀ ଦଂଗା ସୁଚିନ୍ତିତ ଷଡ଼ଯନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ଦଂଗା ସୁଚିନ୍ତିତ ଷଡ଼ଯନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ଦଂଗା ସୁଚିନ୍ତିତ ଷଡ଼ଯନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୦ ଫେବ୍ରୁଆରି ମାସରେ ହୋଇଥିବା ଦିଲ୍ଲୀ ଦଙ୍ଗା ଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହାର ରୂପ ଦିଆଯାଇଥିଲା। ଯୋଜନା ଅନୁଯାୟୀ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ବନ୍ଦ କରିଦିଆଯାଇଥିଲା। ଦିଲ୍ଲୀର ଆଇନଶୃଙ୍ଖଳାକୁ ବିପର୍ୟ୍ୟସ୍ତ କରିବାକୁ ଏପରି ଷଡ଼ଯନ୍ତ୍ର କରାଯାଇଥିଲା। ୩ ଦିନ ଧରି ଚାଲିଥିବା ଏହି ଦଙ୍ଗାରେ ପ୍ରାୟ ୫୧ ଲୋକଙ୍କ ଜୀବନ ଯାଇଥିଲା। ବହୁତ ଲୋକ ଗୁରୁତର ଆହ‌ତ ହୋଇଥିଲେ। ଦିଲ୍ଲୀ ପୁଲିସ ହେଲ୍‌ କନ୍‌ଷ୍ଟେବଲ୍‌ ରତନ ଲାଲଙ୍କ ହତ୍ୟା ମାମଲାରେ ସଂପୃକ୍ତ ମହମ୍ମଦ ଇବ୍ରାହିମ୍‌ଙ୍କ ବେଲ୍‌ ପିଟିସନ୍ର ନାକଚ କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଏହି ରାୟ ଦେଇଛନ୍ତି। ସୁଚିନ୍ତିତ ଏବଂ ସୁନିୟନ୍ତ୍ରିତ ଉପୟରେ ଦଙ୍ଗାଗ୍ରସ୍ତ ଅଞ୍ଚଳରେ ସିସିଟିଭିକୁ ବନ୍ଦ କରିଦିଆଯାଇଥିଲା ବୋଲି ଜଷ୍ଟିସ୍‌ ସୁବ୍ରମଣ୍ୟମ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।