ଗିରୀଶ ମୁର୍ମୁଙ୍କ ଦାୟିତ୍ୱଗ୍ରହଣ

ଗିରୀଶ ମୁର୍ମୁଙ୍କ ଦାୟିତ୍ୱଗ୍ରହଣ

ଗିରୀଶ ମୁର୍ମୁଙ୍କ ଦାୟିତ୍ୱଗ୍ରହଣ
ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ । ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏକ ଭବ୍ୟ ସମାରୋହରେ ଶ୍ରୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିଟ୍ଟଲ ପଦ ଓ ଗୋପନୀୟତାର ସହିତ ତାଙ୍କୁ ଶପଥ ପାଠ କରାଇଥିଲେ। । କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ରାଜ୍ୟପାଳଭାବେ ଶ୍ରୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଶ୍ରୀ ମୁର୍ମୁଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର । ଧାରା ୩୭୦ ଉଚ୍ଛେଦ ହେବା ପରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଜମ୍ମୁ କଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇ ପୃଥକ୍ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖରେ ପରିଣତ ହେବ । ଏପରି ଏକ ସମୟରେ ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବା ଅନେକ ଗୁରୁତ୍ୱ ବହନ କରୁଛି । ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ।