ଦେଶରେ ୨୪ ଘଣ୍ଟାରେ ୩୧, ୩୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୩୧, ୩୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୩୧, ୩୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧,୩୮୨  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ୩୧୮ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୫,୯୪,୮୦୩ ଓ ମୃତ୍ୟୁସଂଖ୍ୟା ୪,୪୬,୩୬୮ରେ ପହଞ୍ଚିଛି। 

୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୮,୪୮,୨୭୩ରେ ପହଞ୍ଚିଛି। ଞ୍ଜଞ୍ଜଞ୍ଜଞ୍ଜଞ୍ଜସମ୍ପ୍ରତି ଭାରତର ସୁସ୍ଥତା ହାର ୯୭.୭୮% ରହିଛି।

ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୦୦,୧୬୨। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭୮ ହ୍ରାସ ପାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସର୍ବାଧିକ କୋଭିଡ୍-୧୯ ସଂକ୍ରମଣ ମାମଲା ରେକର୍ଡ କରିଥିବା ଦେଶର ୫ଟି ରାଜ୍ୟ ମଧ୍ୟରେ ରହିଛନ୍ତି କେରଳ (୧୯,୬୮୨), ମହାରାଷ୍ଟ୍ର (୩,୩୨୦), ତାମିଲନାଡୁ (୧,୭୪୫), ମିଜୋରାମ (୧,୨୫୭) ଏବଂ ଆନ୍ଧ୍ରପ୍ରଦେଶ (୧,୧୭୧)।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୪,୧୫,୧୮,୦୨୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୭୨,୨୦,୬୪୨ ଡୋଜ୍ ଟିକା।

‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ସମୁଦାୟ ୫୫,୯୯,୩୨,୭୦୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୬୫,୬୯୬ଟି ନମୁନା।