ବାଜିଲା ନିର୍ବାଚନ ବିଗୁଲ

ବାଜିଲା ନିର୍ବାଚନ ବିଗୁଲ

ବାଜିଲା ନିର୍ବାଚନ ବିଗୁଲ
ନୂଆଦିଲ୍ଲୀ: ବାଜିଲା ନିର୍ବାଚନ ବିଗୁଲ । ଆଜି ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମୀଳନି । ଆଗାମୀ ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କହିଲେ ଯେ ପୂରା ଦେଶରେ ଲାଗୁ ହେଲା ନିର୍ବାଚନ ଆଚରଣ ବିଧି । ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ମୁଖ୍ୟ ଲକ୍ଷ୍ୟ ରହିଛି । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛି । ଗୃହ ଓ ରେଳ ମନ୍ତ୍ରଳାୟ ସହ ଆଲୋଚନ ହୋଇଛି । ନିର୍ବାଚନ ଖର୍ଚ୍ଚ ନେଇ ଆୟକର ସହ ମଧ୍ୟ ଆଲୋଚନା ହୋଇଛି । ୯୦ କୋଟି ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ । ଚଳିତ ନିର୍ବାଚନ ଲାଗି ବର୍ଷ ପାଇଁ ୮ କୋଟି ୪୩ ଲକ୍ଷ ଭୋଟର୍ ବଢିଛନ୍ତି । ସାରା ଦେଶରେ ୧୦ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ ହେବ । ରାତି ୧୦ ଟାରୁ ସକାଳ ୬ ପର୍ଯ୍ୟନ୍ତ ମାଇକ୍ ପ୍ରଚାର ବନ୍ଦ ରହିବ । ଏପ୍ରିଲ ୧୧ ରୁ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ପ୍ରଥମ ପର୍ୟ୍ୟାୟ : ଅପ୍ରେଲ ୧୧ ଦ୍ୱିତୀୟ ପର୍ୟ୍ୟାୟ : ଅପ୍ରେଲ ୧୮, ତୃତୀୟ ପର୍ୟ୍ୟାୟ : ଅପ୍ରେଲ ୨୩ , ଚତୁର୍ଥ ପର୍ୟ୍ୟାୟ : ଅପ୍ରେଲ ୨୯, ପଂଚମପର୍ୟ୍ୟାୟ : ମେ’ ୬, ଷଷ୍ଠ ପର୍ୟ୍ୟାୟ : ମେ’ ୧୨, ସପ୍ତମ : ମେ’ ୧୯ । ମେ ୨୩ରେ ହେବ ଭୋଟ ଗଣନା ।