ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା

ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା

ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା
ନୂଆଦିଲ୍ଲୀ: ଯେଉଁଠି ସାରା ବିଶ୍ୱ କରୋନାରେ କଲବଲ ହେଉଛି ସେତେବେଳେ ଆମେରିକା ମାସ୍କ ମୁକ୍ତ ହୋଇଛି । କରୋନାକୁ ମାତ ଦେବା ପାଇଁ ମାସ୍କ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା । ଆମେରିକାରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ ନୁହେଁ । ଆମେରିକାବାସୀଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି) ପକ୍ଷରୁ କୁହାଯାଇଛି । ସିଡିସିର ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ବିନା ମାସ୍କରେ ଆଗକୁ ଆସିବା ସହ ଏହା ଆମେରିକାର ଐତିହାସିକ ସଫଳତା ବୋଲି କହିଛନ୍ତି । ଆମେରିକାରେ ଶତପ୍ରତିଶତ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବାଇଡେନ କହିଛନ୍ତି ।