ଧ୍ୟାନମଗ୍ନ ମାନବ ଆକାରର ଗ୍ରହପିଣ୍ଡ

ଧ୍ୟାନମଗ୍ନ ମାନବ ଆକାରର ଗ୍ରହପିଣ୍ଡ

ଧ୍ୟାନମଗ୍ନ ମାନବ ଆକାରର ଗ୍ରହପିଣ୍ଡ
ୱାସିଂଟନ: ନାସାରୁ ନ୍ୟୁ ହରାଇଜନ ଅଭିଯାନ ପକ୍ଷରୁ ଅନ୍ତରୀକ୍ଷରେ ସବୁଠୁ ଦୂରରେ ଥିବା ଏକ ଗ୍ରହ ଖଣ୍ଡର ପ୍ରଥମ ଛବିକୁ ଛଡାଯାଇଛି । ଅଲଟିମା ଏବଂ ଥୁଲେ ନାମକ ଦୁଇ ଗ୍ରହଖଣ୍ଡ ମିଶି ସୃଷ୍ଟି ହୋଇଥିବା ଏହି ଗ୍ରହଖଣ୍ଡ ଧ୍ୟାନମଗ୍ନ ଥିବା ମାନବ ଭଳି ଦେଖାଯାଉଛି । ଗ୍ରହ ସୃଷ୍ଟି ହେବା ବେଳର ଏହି ଗ୍ରହଖଣ୍ଡ ୨୦୧୪ ଏମୟୁ ୬୯ର ଛବିକଚ ୨୦୧୯ ନବବର୍ଷରେ ନ୍ୟୁ ହରାଇଜନ ଅଭିଯାନ ଦ୍ୱାରା ଉତୋଳନ କରାଯାଇଥିଲା । ଏହା ପୃଥିବୀ ଠାରୁ ପ୍ରାୟ ୬.୪ ବିଲିୟନ କିଲୋମିଟର ଦୂରରେ ଅବସ୍ଥିତ । ଅଲଟିମା ଏବଂ ଥୁଲେ ନାମକ ଦୁଇ ଗ୍ରହଖଣ୍ଡ ମିଶି ସୃଷ୍ଟି ହୋଇଥିବା ଏହି ଗ୍ରହଖଣ୍ଡ ୩୬ କିଲୋମିଟର ଲମ୍ବ ହୋଇଥିବା ବେଳେ ଏଥିରେ ୮ କିଲୋମିଟର ଓସାରର ଏକ ଖାଲ ଥିବା ଜଣାପଡିଛି । ଏହା ଫ୍ଲୁଟେ ଠାରୁ ମଧ୍ୟ ଅଧିକା ଲାଲ ଦେଖାଯାଉଛି । ଏହି ଗ୍ରହଖଣ୍ଡରେ ମିଥାନୋଲ, ଜଳ, ବରଫ ଏବଂ ଜୈବିକ ତତ୍ୱ ଥିବା ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି । ନ୍ୟୁ ହରାଇଜନର ମୁଖ୍ୟ ଅନୁସନ୍ଧାନକାରୀ ଅଲାନ ଷ୍ଟର୍ଣ୍ଣ କହିଛନ୍ତି, ଏହି ଆବିଷ୍କାର ସୌର ମଣ୍ଡଳ ଗଠନ ପ୍ରକ୍ରିୟା ବିଷୟରେ ଅଧିକ ଅନୁସନ୍ଧାନ ପାଇଁ ସହାୟକ ହେବ ।