ନକଲି ମୃଦୁ ପାନୀୟ କାରଖାନା ଠାବ

ନକଲି ମୃଦୁ ପାନୀୟ କାରଖାନା ଠାବ

ନକଲି ମୃଦୁ ପାନୀୟ କାରଖାନା ଠାବ
ଭୁବନେଶ୍ୱର: ପୁଣି ନକଲି କାରଖାନା ଠାବ କରାଯାଇଛି । ତେବେ କଟକ କି ବ୍ରହ୍ମପୁରରେ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ କାରଖାନା କରାଯାଇଛି । ରାଜଧାନୀରେ ଦିନକୁ ଦିନ ନକଲି ଖାଦ୍ୟ ସାମଗ୍ରୀ ବଢ଼ିଚାଲିଥିବାବେଳେ ଆଜି ନକଲି ମୃଦୁ ପାନୀୟ କାରଖାନାରେ ରେଡ୍ ହୋଇଛି। କେବଳ ଖାଇବା ଜିନିଷ ନୁହେଁ, ବିଭିନ୍ନ ପ୍ରକାରର ନକଲି ମୃଦ୍ୟୁ ପାନୀୟ ଜଳ ନାଁରେ ଏବେ ବିଷ ବେପାର ଚାଲିଛି। ମଞ୍ଚେଶ୍ୱରରେ ନକଲି ମୃଦୁ ପାନୀୟ କାରଖାନା ଠାବ କରାଯାଇଛି । ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢଉ କରି ଏହି କାରଖାନାକୁ ଠାବ କରିଛି । ବିଦିନ୍ନ ନାମୀ କମ୍ପାନୀର ନାମ ବଦଳାଇ ଉକ୍ତ କାରଖାନାରେ ମୃଦୁ ପାନୀୟ ବିକ୍ରୟ କରାଯାଉଥିବା ଜଣାଯାଇଛି । ଫର୍ଣ୍ଣିଚର କାରଖାନା ଭିତରେ ମୃଦୁ ପାନୀୟ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।