ନବ ଦାସ ହତ୍ୟାକାଣ୍ଡ : ଝାରସୁଗୁଡା ଫେରିବ ଗୋପାଳ

ନବ ଦାସ ହତ୍ୟାକାଣ୍ଡ : ଝାରସୁଗୁଡା ଫେରିବ ଗୋପାଳ

ନବ ଦାସ ହତ୍ୟାକାଣ୍ଡ : ଝାରସୁଗୁଡା ଫେରିବ ଗୋପାଳ

ସମ୍ବଲପୁର: ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଶେଷ ହୋଇଛି। ଏଥିପାଇଁ ତିନି ଦିନ ହେବ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଆଠ ଜଣିଆ ଦଳ ଗାନ୍ଧୀନଗରରେ କ୍ୟାମ୍ପ କରିଥିଲେ। ପୂର୍ବରୁ ପଲିଗ୍ରାଫ ଟେଷ୍ଟ ସରିିଥିବାବେଳେ ଶନିବାର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା ପରେ ନାର୍କୋ ଟେଷ୍ଟ କରାଯାଇଥିଲା। ଅବଚେତନ ଅବସ୍ଥାରେ ଗୋପାଳ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିବା ଜଣାପଡିଛି। ରିମାଣ୍ଡ ଅବଧି ଶେଷ ହୋଇ ଆସୁଥିବାବେଳେ ରବିବାର ସୁଦ୍ଧା ଗୋପାଳକୁ ଧରି କ୍ରାଇମବ୍ରାଞ୍ଚ ଦଳ ଓଡିଶା ଫେରିବ ବୋଲି ସୂଚନା ମିଳିଛି।


ସୂଚନାଯୋଗ୍ୟ ଯେ, ପଲିଗ୍ରାଫ ଓ ନାର୍କୋ ଟେଷ୍ଟରୁ ମିଳୁଥିବା ନିଷ୍କର୍ସକୁ ଅଦାଲତ ପ୍ରମାଣ ଭାବେ ଗ୍ରହଣ କରୁ ନ ଥିଲେ ସୁଦ୍ଧା ଏହା ତଦନ୍ତରେ ସହାୟତା କରିଥାଏ। ନବ ଦାସ ହତ୍ୟା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଥିବା ତଦନ୍ତରେ ବିଶେଷ ସଫଳତା ମିଳି ନଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଅଦାଲତଙ୍କ ଅନୁମତି ଏବଂ ଅଭିଯୁକ୍ତଙ୍କ ସହମତିରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ପାଇଁ ଗୋପଳଙ୍କୁ ଗୁଜରାଟ ନିଆଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଆଧାରରେ ଏହି ହାଇପ୍ରୋଫାଇଲ୍‌ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଦଳ ବିଶେଷ ଆଶାବାଦୀ ରହିଛି। ଆସନ୍ତା ୧୩ ତାରିଖରେ ଗୋପାଳର ତୃତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଛି। ଗତ ୯ ତାରିଖରୁ ଗୋପାଳକୁ ତୃତୀୟ ପର୍ୟ୍ୟାୟରେ ୫ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇଥିଲା।