ନବୀନ ନିବାସ ମୁହାଁ ଛାତ୍ର କଂଗ୍ରେସ, ଅଣ୍ଡା ଓ ଟମାଟୋ ମାଡ଼

ନବୀନ ନିବାସ ମୁହାଁ ଛାତ୍ର କଂଗ୍ରେସ, ଅଣ୍ଡା ଓ ଟମାଟୋ ମାଡ଼

ନବୀନ ନିବାସ ମୁହାଁ ଛାତ୍ର କଂଗ୍ରେସ, ଅଣ୍ଡା ଓ ଟମାଟୋ ମାଡ଼
ଭୁବନେଶ୍ୱର:ମମିତା ମେହେର ହତ୍ୟାକାଣ୍ଡ ନେଇ ଉଠୁଛି ପଡୁଛି ରାଜ୍ୟ। ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ତେଜିଛି। ଆଜି ଏ ପ୍ରସଙ୍ଗ ନେଇ ନବୀନ ନିବାସ ଘେରିବା ସହ ରାଜଧାନୀରେ ଗର୍ଜନ କରିଛି। ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଉଥିବାବେଳେ ପୋଲିସ ଶତାଧିକ କର୍ମୀଙ୍କୁ ଗିରଫ କରିଛି। ପୁଲିସ ସହ ଛାତ୍ର ନେତାମାନଙ୍କର ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା, ଏହି ସମୟରେ ପୁଲିସ ଉପରକୁ ଅଣ୍ଡା ଓ ଟମାଟର ମାଡ଼ ହୋଇଥିବା ପୁଲିସ କହିଛି। ଛାତ୍ର କଂଗ୍ରେସର ଏହି ଆନ୍ଦୋଳନରେ ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର କଂଗ୍ରେସ ସଭାପତି ୟାସିର ନାୱାଜଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିବାବେଳେ ଶତାଧିକ ଛାତ୍ର ଏଥିରେ ସାମିଲ ହୋଇଥିଲେ । ୟାସିର କହିଛନ୍ତି, ସରକାର ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି,ସମ୍ପୃକ୍ତ ମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେଥିପାଇଁ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲେଇଛି। ତେବେ ସରକାର ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ନ କରିବା ପର୍ୟ୍ଯନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ପ୍ରକାଶ କରିଛନ୍ତି।