ନିଖୋଜ ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

ନିଖୋଜ ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

ନିଖୋଜ ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

ଯାଜପୁର: ବିଝାଂରପୁର ଥାନା ମଧୁସୁଦନପୁର ଗ୍ରାମର ନିଖୋଜ ପିହୁ ସମ୍ପର୍କରେ ସୂଚନା ଦେଲେ  ପୋଲିସ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର । ଏନେଇ ମଙ୍ଗଳବାର  ବିଝାଂରପୁର ପୋଲିସ ପକ୍ଷରୁ ଥାନା ସହ ବିଭିନ୍ନ ଛକରେ ପୋଷ୍ଟର ଲଗାଯାଇଛି ।

ପିହୁ ନିଖୋଜ  ହେବାର ଦୁଇ ବର୍ଷ ବିତି ଯାଇଥିଲେ ବି ପୋଲିସ ଠାବ କରିବାରେ ବିଫଳ ହୋଇଛି।  ପିହୁର ମା’ ସିବିଆଇ ତଦନ୍ତ ଲାଗି ରି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଆସୁଛନ୍ତି । ପିହୁଙ୍କୁ ଉଦ୍ଧାର କରିବା  ଲାଗି  ସହାୟତା ଓ ସୁଚନା ଦେବା ବ୍ୟକ୍ତିକୁ ପୋଲିସ ୫ ଲକ୍ଷ ଟଙ୍କାର  ପୁରସ୍କାର ରାଶି ଘୋଷଣା କରି ତଦନ୍ତ କୁ ଆଗକୁ ନେବାକୁ ଉଦ୍ୟମ କରିଥିବା ବିଝାଂରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।