ନିଜ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ପିଏସଓ ଡମ୍ବରୁଧର ସାହୁ ।

ନିଜ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ପିଏସଓ ଡମ୍ବରୁଧର ସାହୁ ।

ନିଜ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ପିଏସଓ ଡମ୍ବରୁଧର ସାହୁ ।
ସୁନ୍ଦରଗଡ ଜିଲ୍ଲା ବଣାଇରେ ଅଘଟଣ । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁଧର ସାହୁଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ନିଜ ସର୍ଭିସ ରିଭରଭଲରୁ ଗୁଳି କରି ପିଏସଓ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ,ଆଜି ଭୋର ସମୟରେ ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ସ୍ଥିତ ଡମ୍ବରୁଧର ସାହୁଙ୍କ ଘରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହାଶୁଣି ଘରଲୋକେ ଧାଇଁ ଆସିଥିଲେ। ସେମାନେ ଡମ୍ବରୁଧରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବଣାଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଣାଇ ଥାନା ପୁଲିସ୍ ଡାକ୍ତରଖାନା ପହଞ୍ଚି ଶବ ଜବତ କରିଥିଲା। ମୃତକ ଡମ୍ବରୁଧର ସାହୁଙ୍କ ବୟସ୩୦ ବର୍ଷ ଏବଂ ସେ ଅବିବାହିତ ଥିଲେ ବୋଲି ଜଣାଯାଇଛି। ସେ ୨୦୧୭ ମସିହାରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଭାବେ କାମ କରୁଥିଲେ। ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।