ବାଲିନାଳି ଟ୍ରିପଲ ମର୍ଡର, ୪ଗିରଫ

ବାଲିନାଳି ଟ୍ରିପଲ ମର୍ଡର, ୪ଗିରଫ

ବାଲିନାଳି ଟ୍ରିପଲ ମର୍ଡର, ୪ଗିରଫ
ଦେବଗଡ଼: ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ବାପା, ମାଆ ଓ ଜଣେ ସାଙ୍ଗ ସହ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନକୁ ପୁଲିସ ଗିରଫ କରିଛି । ସାନଭାଇ ସହ ମିଶି ବିକ୍ରମ ବ୍ଲେଡରେ ତଣ୍ଟିକାଟି ୩ ଜଣଙ୍କୁ ହତ୍ୟା କରିଥିଲା । ବିକ୍ରମଙ୍କ ବ୍ରଜରାଜନଗରରେ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ମହିଳା ଓ ୨ ଶିଶୁ କନ୍ୟାଙ୍କୁ ଜୀବନରୁ ଦୂରେଇବାକୁ ଯୋଜନା କରିଥିଲେ । ଭାଇ ବାହାଘର କହି ମହିଳାଙ୍କୁ ସମ୍ବଲପୁର ନେଇ ଆସିଥିଲେ । ପରେ ବାଲିନାଳି ଜଙ୍ଗଲକୁ ନେଇ ବ୍ଲେଡରେ ତଣ୍ଟିକାଟି ହତ୍ୟା କରିଥିଲେ । ଅନ୍ୟତମ ଅଭିଯୁକ୍ତ ବିକ୍ରମଙ୍କ ସାନଭାଇ ଚିନ୍ମୟ ପ୍ରଧାନ ଫେରାର ଥିବା ଜଣାଯାଇଛି । ଚିନ୍ମୟ ନାଗପୁରରେ ସେନାରେ ଚାକିରି କରୁଥିବା ସୂଚନା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାହୁଲ ଜୈନ ଏହି ସୂଚନା ଦେଇଛନ୍ତି ।