ପ୍ରବଳ ବର୍ଷାରେ ସାଧାରଣ ଜୀବନଯାତ୍ରା ଅଚଳ : ପାରାଦ୍ୱୀପ ବନ୍ଦର ଜାହାଜ ବୋଝେଇ ଓ ଖଲାସ କାର୍ଯ୍ୟ ବ୍ୟାଘାତ
ପ୍ରବଳ ବର୍ଷାରେ ସାଧାରଣ ଜୀବନଯାତ୍ରା ଅଚଳ : ପାରାଦ୍ୱୀପ ବନ୍ଦର ଜାହାଜ ବୋଝେଇ ଓ ଖଲାସ କାର୍ଯ୍ୟ ବ୍ୟାଘାତ
admin
Oct 25, 2019 - 07:32
Updated: Oct 25, 2019 - 07:32
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସାରା ଓଡିଶା ସମେତ ବନ୍ଦର ନଗରୀ ପାରାଦ୍ୱୀପରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଅଚଳ ହୋଇ ପଡିଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ବର୍ଷା ଆହୁତି ଦୁଇଦିନ ଧରି ଚାଲିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ତେବେ ନିରବଚ୍ଛିନ୍ନ ଏହି ପ୍ରବଳ ବର୍ଷାରେ ପାରାଦ୍ୱୀପ ବନ୍ଦର ସମସ୍ତ ପୋତାଶ୍ରୟରେ ଲାଗିଥିବା ଜାହାଜ ମାନଙ୍କରେ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି । ଏତଦ୍ବ୍ୟତିତ ବନ୍ଦର ଆନ୍ତଃ ପରିବହନ ଓ ବନ୍ଦରରକୁ ଅନ୍ୟାନ୍ୟ ପଣ୍ୟ ପରିବହନ କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି ହୋଇ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିôବା ବସ୍ତି ମାନଙ୍କରେ ବର୍ଷାଜଳ ସମସ୍ୟା ସୃଷ୍ଟି କରିଥିବାବେଳେ କିଛି ବସ୍ତିରେ ଘରେ ପାଣି ପଶିବା ଦେଖାଦେଇଛି । ତେବେ ଏହି ବର୍ଷା ସମୟରେ ସଂନ୍ଧ୍ୟା ସମୟରେ କିଛି ମୁଖ୍ୟ ରାସ୍ତା ଷ୍ଟ୍ରିଟ୍ ଲାଇଟ ଚାରିପାଖରେ ଗଛ ଡାଳ ମାଡିଥିବାରୁ ସାଧାରଣରେ ଗମନା ଗମନ କଷ୍ଟସାଧ୍ୟ ହୋଇପଡିଛି । ଯଦିଓ ଏହି ସବୁ ସଫେଇ କାର୍ଯ୍ୟ ପୌରପାଳିକାର ତେବେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହିଁ ।