ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସଓପି ଜାରି

ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସଓପି ଜାରି

ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ଏସଓପି ଜାରି
ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିଔର ବା ଏସଓପି ଜାରି କରାଯାଇଛି । ଏସଓପିରେ ପରୀକ୍ଷାର୍ଥୀଙ୍କ ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଅପରିହାର୍ଯ୍ୟ କରାଯାଇଛି । ସେହି ଅନୁସାରେ ପରୀକ୍ଷା କେନ୍ଦ୍ରରେ ଆସନ ଆୟୋଜନ ହେବ । ପରୀକ୍ଷା କେନ୍ଦ୍ରରେ ଉପନୀତ ହେବା ବେଳେ ସେମାନଙ୍କ ପାଇଁ ‘ସ୍ଲଟି’ ବ୍ୟବସ୍ଥା କରାଯିବ ଓ ସେହି ଆଧାରରେ ସେମାନେ କେନ୍ଦ୍ରକୁ ପ୍ରବେଣଶ କରିବେ । ସେମାନେ ମାସ୍କ ଓ ଗ୍ଲୋବସ ପିନ୍ଧିବାକୁ ବାଧ୍ୟ ହେବେ । ସେମାନେ ଏହା ଆଣି ନଥିଲେ କେନ୍ଦ୍ର ନିକଟରେ ଯୋଗାଇ ଦିଆଯିବ । ଶରୀରର ଉତ୍ତାପ ପରିମାପକ ବ୍ୟବହାର କରାଯିବ । ପ୍ରବେଶ ପଥ ଓ କେନ୍ଦ୍ରରେ ସାନିଟାଇଜର ବ୍ୟବହାର ନିଶ୍ଚିତ ହେବ । କେନ୍ଦ୍ର ଭିତରକୁ ମାସ୍କ ଓ ଗ୍ଲୋବସ ବ୍ୟତୀତ ବିଶୋଧନ ପାଇଁ ସ୍ପ୍ରେ ବୋତଲ, ସ୍ପଞ୍ଜ ବା କପଡ଼ା ଯାଇପାରିବ । ପ୍ରବେଶ ସମୟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଧାଡ଼ି କରାଯିବ ଓ ପ୍ରତି ଧାଡ଼ିରେ ସର୍ବାଧିକ ୨୦ ଜଣ ରହିପାରିବେ । ସେମାନଙ୍କୁ ଯାଞ୍ଚ ବେଳେ ଶରୀର ସ୍ପର୍ଶ କରାଯିବ ନାହିଁ । ଏଥିପାଇଁ ବଡ଼ ହ୍ୟାଣ୍ଡେଲ ବିଶିଷ୍ଟ ଯନ୍ତ୍ର (ମେଟାଲ ଡିଟେକ୍ଟର) ବ୍ୟବହାର କରାଯିବ । କୋଠରିକୁ ଭଲ ଭାବେ ବିଶୋଧନ କରାଯିବ । କେନ୍ଦ୍ରର ଫାଟକ, ଚଟାଣ, କାନ୍ଥ, କବାଟ ଟେବୁଲ ଚୌକି ଇତ୍ୟାଦି ବିଶୋଧନ କରାଯିବ । ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କୁ ଭଲ ଭାବେ ଯାଞ୍ଚ ତଥା ବିଶୋଧନ କରାଯିବ । ସେମାନଙ୍କ ଏକ ଘୋଷଣା ପତ୍ରରେ ସ୍ୱାକ୍ଷର କରିବେ । ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଏନଟିଏ ପକ୍ଷରୁ ଅନଲାଇନରେ ଆୟୋଜିତ ଜେଇଇ ମେନ ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ ରୁ ୭୬୦କୁ ବୃଦ୍ଧି କରାଯାଇଥିବା ବେଳେ କାଗଜ କଲମରେ ହେବାକୁ ଥିବା ନିଟ ପାଇଁ ୨୫୪୬ ରୁ ୩୮୪୩ କୁ ବୃଦ୍ଧି କରାଯାଇଛି । ଜେଇଇ ମେନ ପରୀକ୍ଷା ପାଇଁ ସିଫ୍ଟ ମଧ୍ୟ ୮ ରୁ ୧୨କୁ ବୃଦ୍ଧି କରାଯାଇଛି । ପ୍ରତି ସିଫ୍ଟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାରରରୁ ୮୫ ହଜାରକୁ ହ୍ରାସ କରାଯାଇଛି । ପରୀକ୍ଷା କେନ୍ଦ୍ରର ପ୍ରତି କୋଠରିରେ ୨୪ ପରିବର୍ତ୍ତେ ସର୍ବାଧିକ ୧୨ ପରୀକ୍ଷାର୍ଥୀଙ୍କୁ ବସାଇବା ବ୍ୟବସ୍ଥା ହୋଇଛି ।