ଚୀନ ସୀମା ଲଙ୍ଘିଲା ଆମେରିକା ଯୁଦ୍ଧ ବିମାନ

ଚୀନ ସୀମା ଲଙ୍ଘିଲା ଆମେରିକା ଯୁଦ୍ଧ ବିମାନ

ଚୀନ ସୀମା ଲଙ୍ଘିଲା ଆମେରିକା ଯୁଦ୍ଧ ବିମାନ
ବେଜିଂ: ଆମେରିକାର ଯୁଦ୍ଧ ବିମାନ ଚୀନର ବାୟୁସୀମା ଲଙ୍ଘନ କରିଛି । ବୁଧବାର ଦକ୍ଷିଣ ଚୀନ ସାଗରରେ ଆମେରିକା ଯୁଦ୍ଧ ବିମାନ ଅଭ୍ୟାସ ମୂଳକ ଉଡ଼ାଣ କରୁଥିବା ବେଳେ ଏହା ଚୀନ ବାୟୁସୀମା ମଧ୍ୟକୁ ପ୍ରବେଶ କରିଥିଲା । ଆମେରିକା ଯୁଦ୍ଧ ବିମାନର ଏହି ସୀମା ଲଙ୍ଘନକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ପ୍ରକାଶ ପାଇଛି । ଆମେରିକାର ଏପରି କାର୍ଯ୍ୟ ପାଇଁ ଚୀନ ବୈଦେଶିକ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ପ୍ରତିବାଦ ଜଣାଇଛି । ଚୀନ କହିଛି ଆମେରିକା ଉଦେ୍ଧଶ୍ୟମୂଳକ ଭାବେ ଏହାର ଯୁଦ୍ଧବିମାନକୁ ଗୁଇନ୍ଦା କାର୍ଯ୍ୟ ଲାଗି ପଠାଇଥିଲା କାରଣ ଦିନକ ପୂର୍ବରୁ ଆମେରିକାର ଆରସି-୧୩୫ ଏସ ଯୁଦ୍ଧ ବିମାନ ମଧ୍ୟ ଚୀନ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲା । ଦକ୍ଷିଣ ଚୀନ ସାଗରରେ ଚୀନ ସେନା ନଦର୍ଣ୍ଣ ଥିଏଟର କମାଣ୍ଡ ଏହାର ଅଭ୍ୟାସ ଚଳାଇଥିବା ବେଳେ ଆମେରିକା ଯୁଦ୍ଧ ବିମାନ ଏହା ନିକଟକୁ ଯାଇଥିଲା । ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନର ପିପୁଲ ଲିବରେସନ ଆର୍ମି (ପିଏଲଏ) ହଇନାନ ଦ୍ୱୀପରେ ଏହାର ସମରାଭ୍ୟାସ କରୁଛି । ଆମେରିକା ଯୁଦ୍ଧ ବିମାନ ବସି ପ୍ରଣାଳୀ ଅତିକ୍ରମ କରି ଦକ୍ଷିଣ ଚୀନ ସାଗରର ଦକ୍ଷିଣ ପଶ୍ଚିମ ଆଡ଼କୁ ଅଗ୍ରସର ହୋଇଥିଲା ଓ ସେହି ରାସ୍ତା ଦେଇ ଫେରିଥିଲା ।