ନୂଆ ଭୂତାଣୁ ବିରୋଧରେ ସବୁ କୋଭିଡ ଟିକା କାମ ଦେବ

ନୂଆ ଭୂତାଣୁ ବିରୋଧରେ ସବୁ କୋଭିଡ ଟିକା କାମ ଦେବ

ନୂଆ ଭୂତାଣୁ ବିରୋଧରେ ସବୁ କୋଭିଡ ଟିକା କାମ ଦେବ
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱରେ ପ୍ରଚଳିତ କୋଭିଡ ଟିକା ଗୁଡିକ ପରିବର୍ତ୍ତିତ ନୂଆ କରୋନା ଭୂତାଣୁ ବିରୋଧରେ ଯଥାରୀତି କାମ ଦେବ । ବି୍ରଟେନ ଏବଂ ଦକ୍ଷିଣ ଆମେରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଏବେ ପ୍ରାୟ ୩୦ ରାଷ୍ଟ୍ରରେ ଠାବ ହୋଇସାରିଛି । ତେବେ ଏହାର ମୁକାବିଲା ପାଇଁ ଏବେ ଉପଲବ୍ଧ ସମସ୍ତ ଅଗ୍ରଣୀ ଟିକା କାମ ଦେବ ବୋଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କୋଭିଡ ଟିକା ଗୁଡ଼ିକ ଯେଉଁ ଫର୍ମୁଲାରେ ପ୍ରସ୍ତୁତ ହୋଇଛି ତାହା କରୋନାର ଯେ କୌଣସି ନୂଆ ପ୍ରଜାତି ବିରୋଧରେ ଲଢ଼ିବାକୁ ସକ୍ଷମ ବୋଲି କେନ୍ଦ୍ର ସରକାର ମୁଖ୍ୟ ବିଜ୍ଞାନ ପରାମର୍ଶଦାତା କେ.ବିଜୟ ରାଘବନ କହିଛନ୍ତି । ପୁରୁଣା ଭୂତାଣୁ ଅପେକ୍ଷା ଏବେ ନୂଆ ଭୂତାଣୁ ଅଧିକ କ୍ଷୀପ୍ର ସଂକ୍ରମଣ କରାଉଛି ଏବଂ ପୂର୍ବରୁ ଯେଉଁ ସତର୍କତା ଅବଲମ୍ବନ କରାଯାଇଥିଲା ତାହାକୁ ଅନୁସରଣ କରିବାକୁ ହେବ ବୋଲି ରାଘବନ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରାଳୟର ନୂଆ ନିଦେ୍ର୍ଧଶ ମୁତାବକ ଡିସେମ୍ବର ୯ ରୁ ୨୨ ତାରିଖ ମଧ୍ୟରେ ଭାରତ ପହଞ୍ଚିଥିବା ଯେଉଁ ଅନ୍ତର୍ଜାତୀୟ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେବେ ସେମାନଙ୍କ ନମୁନାର ଜିନୋମ ସିକ୍ୱେନସିଂ (ଆନୁବଂଶିକ ଅନୁକ୍ରମ) ହେବ । କରୋନା ନୂଆ ଜିନୋମ ଲୋକଙ୍କୁ ପୁନଃ କରୋନା ସଂକ୍ରମିତ କରାଉଥିବାରୁ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ସରକାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି ।