ପବିତ୍ର ରଥଯାତ୍ରା : ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ

ପବିତ୍ର ରଥଯାତ୍ରା : ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ

ପବିତ୍ର ରଥଯାତ୍ରା : ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ

ଭୁବନେଶ୍ବର: ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ। ପ୍ରଥମେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ । ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରାର ଆୟୋଜନ ଜାରି ରହିଛି । ରଥ ଉପରେ ସମସ୍ତ ନୀତିକାନ୍ତି ସପନ୍ନ ହୋଇଛି । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି  ।  ତିନି ରଥକୁ ଶରଧାବାଲି ଅଭିମୁଖେ ନିଆଯାଉଛି । ମଧ୍ୟାହ୍ନ ୧୨ଟାରେ ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି । ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସର ସହିତ ଟାଣି ଟାଣି ନେଉଛନ୍ତି । ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି । 

ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଗହଳି ଲଗାଇ କାଳିଆ ଠାକୁର ନନ୍ଦିଘୋଷରେ ବାହାରିଛନ୍ତି ।

କୋଭିଡ-୧୯ କଟକଣାରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ହୋଇଛି । ଆଜି ଭୋର ସାଢ଼େ ୪ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା । ପହଣ୍ଡି ବିଜେ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା । ଏହା ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ । ସେହିପରି ଗଜପତି ମହାରାଜ ତିନି ରଥ ଉପରେ ଛେରାପହଁରା କରିଥିଲେ ।