ପଲିଥିନ ଚଢଉ ବେଳେ ଉତ୍ତେଜନା

ପଲିଥିନ ଚଢଉ ବେଳେ ଉତ୍ତେଜନା

ପଲିଥିନ ଚଢଉ ବେଳେ ଉତ୍ତେଜନା
କଟକ: କଟକ ନୂଆବଜାର ଛକରେ ସିଏମସିର ଚଢଉ ବେଳେ ଉତ୍ତେଜନା ଦେଖାଦେଇଛି । ପଲିଥିନ ବ୍ୟାନକୁ ନେଇ ଏନଫୋର୍ସମେଣ୍ଟ ଟିମ ଚଢଉ କରିବାବେଳେ ଉତ୍ତେଜନା ଦେଖାଦେଇଛି । ଚଢଉକୁ ବିରୋଧ କରି ଜଣେ ଦୋକାନୀ ଟିମର ଜଣେ ସଦସ୍ୟଙ୍କୁ ଦୋକାନରେ ପୁରାଇ ସଟର ପକାଇ ଦେଇଥିଲେ । ଏନେଇ ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଏକ ଟ୍ରକ ପଲିଥିନ ଜବତ ହୋଇଥିବା ସୂଚନା ମିଳିଛି ।