ପାକିସ୍ତାନରେ ଟିକାକରଣ ଅଭିଯାନରେ ହେଉଥିବା ଦୁର୍ନୀତି ସାମ୍ନାକୁ ଆସିଛି , ଜାଣନ୍ତୁ କଣ

ପାକିସ୍ତାନରେ ଟିକାକରଣ ଅଭିଯାନରେ ହେଉଥିବା ଦୁର୍ନୀତି ସାମ୍ନାକୁ ଆସିଛି , ଜାଣନ୍ତୁ କଣ

ପାକିସ୍ତାନରେ ଟିକାକରଣ ଅଭିଯାନରେ ହେଉଥିବା ଦୁର୍ନୀତି ସାମ୍ନାକୁ ଆସିଛି ,  ଜାଣନ୍ତୁ କଣ
ପଡେ଼ାଶୀ ପାକିସ୍ତାନରେ ଟିକାକରଣ ଅଭିଯାନରେ ହେଉଥିବା ଦୁର୍ନୀତି ସାମ୍ନାକୁ ଆସିଛି । ଏଠାରେ ରୁଷର ସ୍ପୁଟନିକ-୫ ଟିକାର ଦୁଇଟି ଡୋଜ ୧୨,୦୦୦ ପାକିସ୍ତାନୀ ଟଙ୍କା (୮୦ ଡଲାର) ରେ ବିକି୍ର ହେଉଛି । ଏତେ ଟଙ୍କା ଦେବା ପରେ ମଧ୍ୟ ଟିକା ନେବା ପାଇଁ ଲୋକମାନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଚାହିଦା ମୁତାବକ ଟିକା ଆମଦାନୀ ହୋଇ ପାରୁନଥିବାରୁ ଟିକାକରଣ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଉଛି । ଏବେ ପାକିସ୍ତାନରେ ଆଗ ଧାଡ଼ିର କରୋନା ଯୋଦ୍ଧା ଏବଂ ୫୦ ବର୍ଷ ବୟସର ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ସେଠାରେ ଘରୋଇ ବଜାରରେ ମଧ୍ୟ ଟିକା ବିକି୍ରକୁ ଅନୁମତି ମିଳିଛି । ତେବେ କରୋନା ଟିକାରେ ସରକାର ନେଉଥିବା ଟ୍ୟାକ୍ସକୁ ନେଇ ଟିକା ଉପôାଦନକାରୀ କମ୍ପାନୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ଦେଖାଯାଇଛି ।