ପାହାଡ଼ ପଥର ସନ୍ଧିରେ ଫସିଲେ ଯୁବକ, ଉଦ୍ଧାର କଲା ସେନା

ପାହାଡ଼ ପଥର ସନ୍ଧିରେ ଫସିଲେ ଯୁବକ, ଉଦ୍ଧାର କଲା ସେନା

ପାହାଡ଼ ପଥର ସନ୍ଧିରେ ଫସିଲେ ଯୁବକ, ଉଦ୍ଧାର କଲା ସେନା

ଥିରୁଅନନ୍ତପୁରମ: ପାହାଡ଼ର ଦୁଇଟି ପଥର ଖଣ୍ଡ ମଧ୍ୟରେ ଫସି ରହିଥିଲେ ଜଣେ ୨୦ ବର୍ଷୀୟ ଯୁବକ। ସୋମବାରଠାରୁ ସେ ଏହି ସ୍ଥାନରେ ଫସି ରହିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ବିନା ଖାଦ୍ୟ ଓ ପାଣିରେ ସେହି ସ୍ଥାନରେ ରହିଯାଇଥିଲେ। ଯୁବକ ଜଣଙ୍କ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ସେନା କର୍ମଚାରୀ ତାଙ୍କୁ ଉଦ୍ଧାର କରିଛନ୍ତି। କେରଳର ପାଲକ୍କଡର ମାଲାମପୁଜା ଅଞ୍ଚଳରେ ଘଟିଛି ଏହି ଘଟଣା। ସାମ୍ନାକୁ ଆସିଥିବା ଭିଡିଓରେ ଆର ବାବୁ ନାମକ ଯୁବକ ଜଣଙ୍କ ଗୋଟିଏ ଟି-ଶାର୍ଟ ଓ ହ୍ୟାଫ ପ୍ୟାଣ୍ଟ ପିନ୍ଧିଛନ୍ତି। ସେ ନିଜକୁ ପଥର ମଧ୍ୟରେ ବାଲାନ୍ସ କରି ଅଧା ଭାଙ୍ଗି ହୋଇ ରହିଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଟ୍ୱିଟ କରି ଆର ବାବୁଙ୍କ ଉଦ୍ଧାର ପାଇଁ ଯବାନଙ୍କୁ ସୂଚନା ଦେଇଥିଲେ। ଖବରପାଇ ଭାରତୀୟ ସାହସୀ ଯବାନ ସେଠାରେ ପହଞ୍ଚି ଯବକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରର ଭିଡିଓ ଭାଇରାଲ୍‌ ହୋଇଛି। ଯୁବକ ଜଣଙ୍କ ସେନା କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହିତ ଭାରତୀୟ ସେନା ଓ ଭାରତ ମାତାର ଜୟ ଜୟକାର କରୁଛନ୍ତି। ଖୁସିରେ ସେ ଜଣେ ସେନା କର୍ମଚାରୀଙ୍କୁ ଚୁମ୍ମା ଦେଉଥିବା ଦେଖାଯାଇଛି। ପଥର ସନ୍ଧିରୁ ଆର ବାବୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ତାଙ୍କ ସାଙ୍ଗ ଓ ପରିବାରରେ ଖୁସିର ମାହୋଲ ଦେଖାଯାଇଛି।