ପୁଲିସକୁ ଦେଖି ପୋଖରୀକୁ ଡେଇଁପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି

ପୁଲିସକୁ ଦେଖି ପୋଖରୀକୁ ଡେଇଁପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି

ପୁଲିସକୁ ଦେଖି ପୋଖରୀକୁ ଡେଇଁପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି
ଭୁବନେଶ୍ୱର: ପୁଲିସକୁ ଦେଖି ପୋଖରୀକୁ ଡେଇଁପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି । ଯୁବକ ଜଣକ ହେଲେ ରଣପୁରର ସନ୍ତୋଷ ପ୍ରଧାନ (୩୩) । ସୂଚନା ମୁତାବକ ରାତି ପ୍ରାୟ ୧୨ଟା ବେଳେ କିଛି ଯୁବକ ରଣପୁର ବଜାର ୭ ଦମ୍ବର ୱାର୍ଡ ସ୍କୁଲ ନିକଟରେ ବସିଥିଳେ । ସେହି ସମୟରେ ରଣପୁର ପୁଲିସ ପାଟ୍ରୋଲିଂରେ ଯାଉଥିଲା । ପୁଲିସକୁ ଦେଖି ସନ୍ତୋଷ ନିକଟରେ ଥିବା ପୋଖରୀକୁ ଡେଇଁ ପଡ଼ିଥିଲେ । ପୁଲିସ ତାଙ୍କୁ ପାଣିରେ ବୁଡ଼ି ଯାଉଥିବା ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।