ପ୍ରକାଶ ପାଇଲା ବିଜେଡି ସଂକଳ୍ପ ପତ୍ର

ପ୍ରକାଶ ପାଇଲା ବିଜେଡି ସଂକଳ୍ପ ପତ୍ର

ପ୍ରକାଶ ପାଇଲା ବିଜେଡି ସଂକଳ୍ପ ପତ୍ର
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ଲାଗି ବିଜେଡି ମଙ୍ଗଳବାର ସଂକଳ୍ପ ପତ୍ର ପ୍ରକାଶ କରିଛି । ସଂକଳ୍ପ ପତ୍ର ତଥା ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଇସ୍ତାହାର ଜାରି କଲେ ନବୀନ । ବିଜେପିକୁ ସମାଲୋଚନ କରି ନବୀନ କହିଛନ୍ତ ଆମେ ସବୁବେଳେ ପ୍ରତିଶ୍ରୁତି ରକ୍ଷା କରି ଆସିଛୁ, ବିଜେପି ଭଳି ମିଛ ପ୍ରତିଶ୍ରୁତି ଦେଇନାହୁଁ । ବିଜେଡି ଇସ୍ତାହାରର ଥିମ୍ ରହିଛି ‘ନବୀନ ଓଡିଶା ସଶକ୍ତ ଓଡିଶା’ । ଚାଷୀ, ମହିଳା, ଯୁବ ଓ ଛାତ୍ର ସଶକ୍ତକରଣୀ ଉପରେ ଗୁରୁତ୍ୱ ଦିଆଯାଇଛି । - ବିଜେଡି କ୍ଷମତାକୁ ଆସିଲେ କାଳିଆ ଯୋଜନା ଜାରି ରଖାଯିବ - ସରକାର ଗଠନର ପ୍ରଥମ ଦିନରେ ୨୫ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା - କାଳିଆ କମିଶନ ଗଠନ କରାଯିବ - କାଳିଆ ସ୍କୋଲାରସିପ୍ ଜାରି ହେବ - ରାଜ୍ୟର ବିଭିନ୍ନ ସ୍ଥାନରେ କାଳିଆ ସେଂଟର ଗଠନ କରାଯିବ - ଶସ୍ୟଋଣ ୫୦ ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ - ଜଳସେଚନ ଉପରେ ଗୁରୁତ୍ୱ ଦେବେ ସରକାର, ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ - ଧାନର ସଂଗ୍ରହ ପାଇଁ ଅଧ୍ଚଳ ବ୍ୟବସ୍ଥା କରାଯିବ - ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ନିର୍ମାଣ କରାଯିବ - ଚାଷୀଙ୍କୁ ୨୯୩୦ ଟଙ୍କା ଏମଏସପି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯିବ - ମରୁଡ଼ି, ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବେଳେ କୃଷି ଉପôାଦିତ ସାମଗ୍ରୀ ସଂଗ୍ରହ ପାଇଁ ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ - ମହିଳା ଏସଏଚଜିଙ୍କୁ ୫ ହଜାର କୋଟି ଟଙ୍କାର ବ୍ୟବସାୟିକ ସୁବିଧା ଦିଆଯିବ । ଯେଉଁଥିରୁ ଏସଏଚଜିଗୁଡ଼ିକ ୫୦୦ କୋଟି ଟଙ୍କା ଲାଭ ପାଇପାରିବେ । - ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ - କେଜିଠୁ ପିଜି ପର୍ଯ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା - ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତା - ପ୍ରତ୍ୟେକ ବିଧବା ଓ ପରିତ୍ୟକ୍ତାଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯିବ - ଗରିବ ଲୋକଙ୍କୁ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ମିଳିବ - ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ବିଭାଗ କରାଯିବ - ସରକାର ଦେଉଥିବା ପ୍ରତ୍ୟେକ ଜମି ଓ ଘର ମହିଳାଙ୍କ ନାମରେ ହିଁ ହେବ - ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର କର୍ପସ ପାଣ୍ଠି କରାଯିବ