ପ୍ରତ୍ୟେକ ଶନିବାର ଦିନ ଆରମ୍ଭ ହେବ ବଡଦାଣ୍ତ ସେବା

ପ୍ରତ୍ୟେକ ଶନିବାର ଦିନ ଆରମ୍ଭ ହେବ ବଡଦାଣ୍ତ ସେବା

ପ୍ରତ୍ୟେକ ଶନିବାର ଦିନ ଆରମ୍ଭ ହେବ ବଡଦାଣ୍ତ ସେବା
ପୁରୀ: ପ୍ରତ୍ୟେକ ଶନିବାର ଦିନ ଆରମ୍ଭ ହେବ ବଡଦାଣ୍ତ ସେବା । ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ ସ୍ବେଚ୍ଛାକୃତ ଭାବେ ସଫେଇ କାର୍ୟ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ୟ୍ୟଟକ ମାନଙ୍କୁ ଆହ୍ବାନ ଦିଆଯାଇଛି । ଏହି କାର୍ୟ୍ୟକ୍ରମ ପ୍ରତ୍ୟେକ ଶନିବାର ସକାଳ ସାଢେ ୬ରୁ ସାଢେ ୮ ପର୍ୟ୍ୟନ୍ତ ଜାରି ରହିବ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏନେଇ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର କାର୍ୟ୍ୟାଳୟ ଠାରୁ ମର୍ଚ୍ଚିକୋଟ, ମର୍ଚ୍ଚିକୋଟରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ,ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ୟ୍ୟନ୍ତ ଉକ୍ତ ପାଞ୍ଚଟି ସ୍ଥାନରେ ଏହି ସେବା ଆରମ୍ଭ ହେବ । ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ହୋଟେଲ, ବସ, ଟ୍ରକ, ଅଟୋ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇ ସହଯୋଗ କରିବେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ପ୍ରାୟ ଦେଢ ହଜାର ବ୍ୟକ୍ତି ସାମିଲ ହେବାର କାର୍ୟ୍ୟକ୍ରମ ରହିଛି ଏବଂ ପରେ ଏହି ସଂଖ୍ୟାରେ ବୃଦ୍ଧି ହେବ ।