ଫ୍ଲାଇଂ ସ୍କ୍ୱାଡ ଟିମକୁ ଆକ୍ରମଣ

ଫ୍ଲାଇଂ ସ୍କ୍ୱାଡ ଟିମକୁ ଆକ୍ରମଣ

ଫ୍ଲାଇଂ ସ୍କ୍ୱାଡ ଟିମକୁ  ଆକ୍ରମଣ
ଭୁବନେଶ୍ୱର: ନିର୍ବାଚନ ପରିପ୍ରେକ୍ଷୀରେ ବେଆଇନ୍ ମଦ କାରବାର ନେଇ ଚଢଉ କରିବାକୁ ଯାଇଥିବା ଏକ ଫ୍ଲାଇଂ ସ୍କ୍ୱାଡ ଟିମକୁ ରାଜନୈତିକ ଦଳର ସମର୍ଥକମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଳାର ପିପିଲି ଅଂଚଳରେ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଫ୍ଲାଇଂ ସ୍କ୍ୱାଡ ଗାଡି ଚାଳକଙ୍କ ସମେତ ଜଣେ ଅଫିସର ଆହତ ହୋଇଛନ୍ତି । ଅଫିସର ଜଣକ ହେଲେ ଆସିଷ୍ଟାଂଟ ଏଗ୍ରିକଳଚର ଅଫିସର ରବିନାରାୟଣ ପାତ୍ର । ସେ ଫ୍ଲାଇଂ ସ୍କ୍ୱାଡ ଟିମ-୨ର ନେତୃତ୍ୱ ନେଇଥିଲେ । ରବିନାରାୟଣଙ୍କ ଅଭିଯୋଗ ମୁତାବକ ସେ ରାତି ପ୍ରାୟ ୧୧ ଟା ବେଳେ ପିପିଲିର ଜଣେ ରାଜନେତାଙ୍କ ବାସଭବନରେ ବେଆଇନ୍ ମିଳିଥିଲା । ସେ ଏହି ଖବର ପାଇବା ପରେ ପିପିଲି ପୁଲିସକୁ ଜଣାଇଥିଲେ । ନିଜ ଟିମ ସହ ଫ୍ଲାଇଂ ସ୍କ୍ୱାଡ ଟିମ-୩ କୁ ନେଇ ସେଠାକୁ ଯାଇଥିଲେ । ସେଠାରେ ପହଁଚିଂଲା ପରେ ଉକ୍ତ ରାଜନେତାଙ୍କ ସମର୍ଥକ ମାନେ ତାଙ୍କୁ ବାସଭବନକୁ ଛାଡି ନଥିଲେ । ମଦ ଚଢଉକୁ ନେଇ ସେମାନେ ସ୍କ୍ୱାଡକୁ ଆକ୍ରମଣ କରିଥିଲେ । ଗାଡିର ଡ୍ରାଇଭରଙ୍କ ମୁଣ୍ଡରେ ଆଘାତ ଲାଗିଛି ।