ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସ୍ୱାଗତଯୋଗ୍ୟ : ପ୍ରତିଭା ମହାରଥୀ

ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସ୍ୱାଗତଯୋଗ୍ୟ : ପ୍ରତିଭା ମହାରଥୀ

ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସ୍ୱାଗତଯୋଗ୍ୟ : ପ୍ରତିଭା ମହାରଥୀ
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଆଗକୁ ଉପନିର୍ବାଚନ ହେବ । ଆଉ ଏହି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଆଉ ଟିକେଟ ପାଇଁ ଆଶାୟୀଙ୍କ କସରତ ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି । ତେବେ ଆଜି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପରୋକ୍ଷରେ ଟିକେଟ ପାଇଁ ଆଶାୟୀ ଥିବା କହିବା ପରେ ତାଙ୍କ ମା’ ଅର୍ଥାତ ଦିବଂଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ମୁଁହ ଖୋଲିଛନ୍ତି । ସେ କହିଛନ୍ତି ଯେ, ଏ ବିଷୟରେ ଆମର କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଯାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ, ଆମେ ମାନିବୁ ବୋଲି ପ୍ରତିଭା ମହାରଥୀ କହିଛନ୍ତି । କିଛି ଦିନ ପୂର୍ବରୁ ପ୍ରତିଭା ମହାରଥୀ ଟିକେଟ ବିଷୟରେ ମୁହଁ ଖୋଲିଥିଲେ । ତାଙ୍କୁ ଯଦି ପ୍ରାର୍ଥୀ କରାଯାଏ ତେବେ ସେ ଖୁସି ହେବେ ବୋଲି କହିଥିଲେ । ପ୍ରକାଶ ଯେ, ଆଜି ରୁଦ୍ର ମହାରଥୀ କହିଥିଲେ ଯେ, ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ । ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ ଓ ମା ପାଳନ କରିବୁ । ମା’ଙ୍କ ବି ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି । ବାପାଙ୍କ ସହ ମୁଁ ୨ଟି ନିର୍ବାଚନ ବୁଲିଛି । ମୋର ଅଭିଜ୍ଞତା ଅଛି । ମା’ଙ୍କ ବି ଅଭିଜ୍ଞତା ରହିଛି । ମାଟିର ଉନ୍ନତି ପାଇଁ ସର୍ବଦା ରୁଦ୍ର ମହାରଥୀ ରହିବ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ସମରସଜ୍ଜା ଆରମ୍ଭ କରିଛି । ବିଜେଡି ପକ୍ଷରୁ ପିପିଲି ପାଇଁ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି ।