ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପତ୍ନୀ ଦାସୀ କିମ୍ବା ବସ୍ତୁ ନୁହନ୍ତି

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପତ୍ନୀ ଦାସୀ କିମ୍ବା ବସ୍ତୁ ନୁହନ୍ତି

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପତ୍ନୀ ଦାସୀ କିମ୍ବା ବସ୍ତୁ ନୁହନ୍ତି
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ରାୟ କ୍ରମେ ବମ୍ବେ ହାଇକୋର୍ଟ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତି ସନ୍ତୋଷ ଅକତର (୩୫)ଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ ମନା କରିଛନ୍ତି । କୋର୍ଟ କହିଛନ୍ତି, ପତିଙ୍କ ପାଇଁ ଚା’ପ୍ରସ୍ତୁତ କରିବା ଲାଗି ମନା କରିବା ତାଙ୍କୁ ମାଡ଼ ମାରିବା ଲାଗି ସ୍ୱାମୀଙ୍କୁ ପ୍ରୋତ୍ସାହିତ କରିବା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ପତ୍ନୀ ଦାସୀ କିମ୍ବା କୌଣସି ବସ୍ତୁ ନୁହନ୍ତି । ଏଥିସହିତ ଏହି ମାମଲାରେ ୨୦୧୬ ରେ ଏକ ସ୍ଥାନୀୟ କୋର୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତକୁ ହାଇକୋର୍ଟ କାଏମ ରଖିଛନ୍ତି । ସ୍ଥାନୀୟ କୋର୍ଟ ସନ୍ତୋଷଙ୍କୁ ଅପରାଧିକ ଉଦେ୍ଧଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡ ବିଧାନ କରିଥିଲେ । ତା’ବିରୋଧରେ ସନ୍ତୋଷ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାରେ ରାୟ ଦେଇ ଜଷ୍ଟିସ ରେବତୀ ମୋହିତେ ଡେରେ କହିଛନ୍ତି, ‘ବିବାହ ହେଉଛି ଆଦର୍ଶଗତ ଭାବେ ସମାନତା ଉପରେ ପର୍ଯ୍ୟବସିତ ଏକ ଭାଗିଦାରୀି । କିନ୍ତୁ ପିତୃସତ୍ତାର ଧାରଣା ଏବଂ ପତ୍ନୀ ଜଣେ ପୁରୁଷର ସମ୍ପତ୍ତି ବୋଲି ବିଚାର ଏବେ ମଧ୍ୟ ଆମ ସମାଜରେ ପ୍ରଚଳିତ, ଯାହାକି ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ତାଙ୍କ ଦାସୀ ବୋଲି ମନେ କରିବାକୁ ପ୍ରେରିତ କରୁଛି । ଏହି ମାମଲାରେ ଅଭିଯୁକ୍ତଙ୍କର ୬ ବର୍ଷୀୟ ଝିଅର ସାକ୍ଷ୍ୟକୁ ଅବିଶ୍ୱାସ କରିହେବ ନାହିଁ ।’