ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ..

ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ..

ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ..
ବରଗଡ଼, : ରବିବାର ଫାଳଗୁନ କୃଷ୍ଣପକ୍ଷ ଷଷ୍ଠୀ ଯୁକ୍ତ ସପ୍ତମୀ ତିଥି ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ପଚଂମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲମାଳାରେ ସଜ୍ଜିତ କରାଯାଇଥିଲା । ରବିବାର ସକାଳୁ ମଙ୍ଗଳଆରତୀ ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ମହାସିଂହ ପୂଜନ , କାଳାରାତ୍ରୀ ପୂଜନ ସହ ମାଁଙ୍କର ମହାସ୍ନାନ ପୂର୍ବକ ଷୋଡଶ ଉପଚାର ପୂଜା କରାଯାଇଥିଲା । ପରେ ସମସ୍ତ ଜଗତର କଲ୍ୟାଣ ନିମିତ ମାଁଙ୍କର ସପ୍ତସତୀ ଚଣ୍ଡୀ ହବନ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶିବଶଙ୍କର ଦାଶ, ପଣ୍ଡିତ ଚୂଡାମଣୀ ରଥ, ପଣ୍ଡିତ ସୁଧାଂଶୁ ଶେଖର ଦାଶ, ମନ୍ଦିରର ପୂଜକ ରତ୍ମାକର ଝାଙ୍କର ଙ୍କ ସମେତ ଭକ୍ତ ଗଣ ଚଣ୍ଡୀହବନରେ ଆହୂତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦାନ କରି ମାଁ ସମଲେଇଙ୍କ ଦର୍ଶନ ସହ ଆଶୀଷ ଲାଭ କରିଥିଲେ । ଏ ଅବସରରେ ମନ୍ଦିର କମିଟୀ ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୨୦୧୮ ମସିହା ଫାଳଗୁନ କୃଷ୍ଣପକ୍ଷରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ମାଁ ସମଲେଇଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୬ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଯାହାକି ପଂଚମ ବର୍ଷ ପୂରଣ କରିଥିବା ବେଳେ ଏ ଅବସରରେ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହେବ ବୋଲି ଲଗ୍ନ ସ୍ଥିରୀକୃତ ହୋଇଥିଲା । ମନ୍ଦିର ପରିଚାଳନା କମିଟୀ ସଦସ୍ୟଙ୍କ ସମେତ ମାଁ ଙ୍କ ଭକ୍ତଗଣ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।