ବର୍ଷାଦିନେ କରୋନାକୁ ନେଇ ଆମେ ଅଧିକ ସତର୍କ ରହିବାକୁ ପଡିବ: ମୋଦି ।

ବର୍ଷାଦିନେ କରୋନାକୁ ନେଇ ଆମେ ଅଧିକ ସତର୍କ ରହିବାକୁ ପଡିବ: ମୋଦି ।

ବର୍ଷାଦିନେ କରୋନାକୁ ନେଇ ଆମେ ଅଧିକ ସତର୍କ ରହିବାକୁ ପଡିବ: ମୋଦି ।
କରୋନାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ବିରୋଧରେ ଲଢ଼ିଲଢ଼ି ଆମେ ଏବେ ଅନଲକ ୨.୦ରେ ପହଁଚିଗଲାଣି । ତେବେ ଏହା ଭିତରେ ସର୍ଦ୍ଧି ମୌସୁମୀରେ ବି ଆମେ ପ୍ରବେଶ କରିସାରିଛୁ । ତେଣୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଲକଡାଉନ ଦ୍ୱାରା ଆମେ ଅନେକ ଜୀବନ ବଂଚାଇ ପାରିଛୁ । ତେବେ ଲୋକଙ୍କ ଅବହେଳା କାରଣରୁ ଏହା ଟିକେ ବୃଦ୍ଧି ପାଇଛି । ୧୩୦ କୋଟି ଲୋକଙ୍କ ଜୀବନର କଥା, ତେଣୁ ଆମେ ଅସତର୍କ ହେବା ଉଚିତ ନୁହେଁ । ଯେଉଁମାନେ କରୋନା ଗାଇଡ଼ଲାଇନ ମାନୁନାହାନ୍ତି ସେମାନଙ୍କୁ ଧରିବା ଦରକାର । ଦେଶରେ ମୌସୁମୀ ପ୍ରବେଶ କରିଛି । ବର୍ଷା ଦିନ ଆରମ୍ଭ ହୋଇଛି । ତେଣୁ କରୋନା ପାଇଁ ଅଧିକ ସତର୍କ ହେବାକୁ ପଡ଼ିବ । ଅନଲକ୍ 1 ହେବା ପରଠାରୁ ଦେଶରେ ଅଧିକ ସଂକ୍ରମଣ ବଢୁଛି । ଦେଶବାସୀ ଅଧିକ ସତର୍କ ହେବା ପରିବର୍ତ୍ତେ ଢିଲା ହେଉଛନ୍ତି । ଅଧିକ ସତର୍କ ରହିବାକୁ ପଡ଼ିବ । ସାଧାରଣ ଲୋକ ହୁଅନ୍ତୁ କିମ୍ବା ଅନ୍ୟ କେହି ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ । କଣ୍ଟେନମେଣ୍ଟ ଅଂଚଳରେ ଅଧିକ ସତର୍କ ରହିବାକୁ ପଡ଼ିବ। ବର୍ଷା ଋତୁ ରେ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ଆମ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ସତର୍କତା ହିଁ ଅଧିକ ଆବଶ୍ୟକ ରହିଛି । ୧୩୦ କୋଟି ଜନତାଙ୍କ ଜୀବନ ଏଥିରେ । ଅସତର୍କତା ହେଲେ ଆଗକୁ ସ୍ଥିତି ଅନିୟନ୍ତ୍ରିତ ହୋଇପାରେ ।