ବିଜେପି ଛାଡିଲେ ଜୟସିଂହରାଓ ଗାୟକଓ୍ବାଡ

ବିଜେପି ଛାଡିଲେ ଜୟସିଂହରାଓ ଗାୟକଓ୍ବାଡ

ବିଜେପି ଛାଡିଲେ ଜୟସିଂହରାଓ ଗାୟକଓ୍ବାଡ
ମୁମ୍ବାଇ: ମହାରାଷ୍ଟ୍ର ବିଜେପିକୁ ଲାଗିଛି ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ ଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେଉନାହିଁ ବୋଲ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଗାୟକଓ୍ବାର୍ଡ । ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବାର ଜଣାପଡିଛି । ସୂଚନାଯୋଗ୍ୟ, ଗାୟକଓ୍ବାର୍ଡ ପୂର୍ବରୁ ମହାରାଷ୍ଟ୍ର ସରକାରର ଓ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ । ସେ କେବଳ ସାଂସଦ ବା ବିଧାୟକ ହୋଇ ରହିବାକୁ ଚାହାଁନ୍ତି ବରଂ ଦଳକୁ ସଶକ୍ତ କରିବା ପାଇଁ କାର୍ୟ୍ୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ମାତ୍ର ଦଳ ତାଙ୍କୁ ସେହି ସୁଯୋଗ ନ ଦେଇଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ରକୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।