ଟିକା ପାଇଁ ଷ୍ଟକ ବଜାରରେ ଉତ୍ସାହ

ଟିକା ପାଇଁ ଷ୍ଟକ ବଜାରରେ ଉତ୍ସାହ

ଟିକା ପାଇଁ ଷ୍ଟକ ବଜାରରେ ଉତ୍ସାହ
ନୂଆଦିଲ୍ଲୀ: କରୋନା ଟିକା ପାଇଁ ଆଶା ଉଜ୍ଜୀବିତ ହେବାରେ ଲାଗିଛି । କରୋନା ଟିକାର ଆଶା ଉଜ୍ଜିବୀତ ହେବା ଫଳରେ ଏସିଆର ଷ୍ଟକ ବଜାରରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଛି । ଏଥିସହିତ ଜାପାନ ଅର୍ଥନୀତିରେ ସୁଧାର, ଚୀନର ଶିଳ୍ପ ଉପôାଦନ ଆଶାଠାରୁ ଭଲ ରହିବା ଏବଂ ୧୫ଟି ଦେଶ ମଧ୍ୟରେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା (ଆରସିଇପି) ସ୍ୱାକ୍ଷର ହେବା ଆଦି କାରଣରୁ ଷ୍ଟକ ମାର୍କେଟ ଗୁଡ଼ିକ ଉପରକୁ ଉଠିଛି । ଜାପାନର ନିକେଇ ୨୯ ବର୍ଷର ସର୍ବୋଚ୍ଚ ସ୍ତରରେ କାରବାର ହୋଇଛି । ସେହିପରି ଦକ୍ଷିଣ କୋରିଆର କୋସପି ୨୦୧୮ ପ୍ରାରମ୍ଭରୁ ସର୍ବାଧିକ ସ୍ତରରେ ଅଷ୍ଟ୍ରେଲିଆର ଏଏସଏକ୍ସ ୨୦୮ ଗତ ୮ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି । ଭାରତରେ ସେନସେକ୍ସ ମଧ୍ୟ ୧୯୪ ପଏଣ୍ଟ ବୃଦ୍ଧି ପାଇ ରେକର୍ଡ ୪୩୬୩୭ ପଏଣ୍ଟରେ ଏବଂ ନିଫଟି ୬୦ ପଏଣ୍ଟ ବୃଦ୍ଧି ପାଇ ୧୨୭୮୦ ପଏଣ୍ଟରେ ପହଞ୍ଚିଛି ।