ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ : ସ୍ୱତନ୍ତ୍ର ମାନ୍ୟତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ତେଜସ୍ୱୀ
ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ : ସ୍ୱତନ୍ତ୍ର ମାନ୍ୟତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ତେଜସ୍ୱୀ
admin
Nov 3, 2020 - 05:55
Updated: Nov 3, 2020 - 05:55
ପାଟନା : ଆଜିଠାରୁ ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ୧୭ଟି ଜିଲ୍ଲାର ୯୪ ଟି ଆସନରେ ଭୋଟ ଗ୍ରହଣ ଚାଲିଛି । ସକାଳ ୯ଟା ସୁଦ୍ଧା ପ୍ରାୟ ୯ ପ୍ରତିଶତର ଭୋଟିଂ ହୋଇଥିବା ସୂଚନା ମିଳିଛି । ଆଜିର ନିର୍ବାଚନ ମଇଦାନରେ ୧୪୬୩ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ୨.୮୫ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଜିର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ତେଜସ୍ୱୀ ଏହି ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ସୋସିଆଲ ମିଡିଆରେ ସେୟାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ତେଜସ୍ୱୀ ପ୍ରୟାସ କରିଛନ୍ତି । ଆଜିର ନିର୍ବାଚନରେ ଆରଜେଡି ମୁଖ୍ୟ ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସମେତ ରାବ୍ରୀ ଦେବୀ, ତେଜ ପ୍ରତାପ ଯାଦବ ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରମୁଖ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିହାରରେ ଦ୍ୱିତୀୟ ପର୍ଯ୍ୟକାୟ ନିର୍ବାଚନ ବ୍ୟତିତ ଅନ୍ୟ ୧୦ ରାଜ୍ୟର ୫୪ଟି ଆସନରେ ଉପ ଅନୁଷ୍ଠିତ େହେଉଛି । ମଧ୍ୟପ୍ରଦେଶରେ ୨୮, ଗୁଜରାତରେ ୮, ଉତ୍ତର ପ୍ରଦେଶରେ ୭, ଓଡିଶା, ନାଗାଲାଣ୍ଡ, କର୍ଣ୍ଣାଟକ ଏବଂ ଝାରଖଣ୍ଡରେ ଦୁଇଟି ଲେଖାଏଁ ଆସନରେ ଓ ଛତିଶଗଡ, ତେଲେଙ୍ଗାନା ଏବଂ ହରିୟାଣାର ଗୋଟିଏ ଲେଖାଏଁ ଆସନରେ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ।